ଜରିପଡ଼ା ଡ଼ଙ୍ଗା ପୋଡି ଘଟଣାରେ ସହଯୋଗର ହାତ ବଢ଼ାଇଲେ ସ୍ୱୟଂ ସହାୟକ ଗୋଷ୍ଠୀ

କାଳୁପଡ଼ା ଘାଟ:-୨୮/୦୭(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଜରିପଡ଼ା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ପୂର୍ଣଚନ୍ଦ୍ର ବେହେରାଙ୍କର କେହି ଦୁର୍ବୁତ୍ତ ୨୦ ତାରିଖ ମଧ୍ୟ ରାତ୍ରରେ ଡଙ୍ଗା ଏବଂ ଜାଲ ପୋଡ଼ି ଦେଇଥିଲେ। ପାଖାପାଖି ତିନିରୁ ଚାରିଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନିଆଁରେ ଭସ୍ମୀଭୂତ ହୋଇଯାଇଥିଲା । ଆଜକୁ ଆଠଦିନ ବିତିଯାଇଥିଲେ ବି ପ୍ରଶାସନ ତରଫରୁ ନା କୌଣସି ସହଯୋଗ ମିଳିଲା ଗରିବ ପୂର୍ଣଚନ୍ଦ୍ରକୁକି କେଉଁ ଦୁର୍ବୁତ୍ତ ନିଆଁ ଲଗେଇଲା ଆଜି ପର୍ଯ୍ୟନ୍ତ ପୋଲିସ ଧରିବାରେ ବିଫଳ ହୋଇଛି ।

ଯଦିଓ ଜଣକୁ ସନ୍ଦେହ ରେ ପୋଲିସ ଅଟକ ରଖିଛି ତଥାପି ସେ ପ୍ରକୃତରେ ଦୋଷୀ କି ନିର୍ଦୋଷ ତାହା ପୋଲିସ ସ୍ପଷ୍ଟ କରିନାହିଁ । ଅପର ପକ୍ଷରେ ଜଗନ୍ନାଥପୁର ଗ୍ରାମର କିଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର ସାମର୍ଥ୍ୟ ଅନୁଯାୟୀ ଅସହାୟ ପୂର୍ଣ୍ଣର ପରିବାରକୁ ଡାଲି, ଚାଉଳ ପନିପରିବା ଆଦି ଯୋଗାଇ ଦେଇଛନ୍ତି ଏବଂ ଦୁଃଖ ଭରା କଣ୍ଠରେ ଗ୍ରାମର ମହିଳାମାନେ କହିଛନ୍ତି କି ସରକାରୀ ସାହାଯ୍ୟ ଆମ ମାନଙ୍କ ପାଇଁ ଅପହଞ୍ଚ ତେଣୁ ଆମେ ଗରିବ ମହିଳା ମାନେ ନିଜର ସାମର୍ଥ୍ୟ ଅନୁଯାୟୀ ସହଯୋଗ କଲୁ ଆଶା କରୁଛୁ ୟେ ଦିଗରେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ପ୍ରଶାସନ ସହଯୋଗ କଲେ ବିଚରା ସର୍ବସ୍ବ ହରାଇଥିବା ପୂର୍ଣ୍ଣ ଚନ୍ଦ୍ର ହୁଏତ ବଞ୍ଚିଯିବ। ଏକମାତ୍ର ଭରସା ଥିବା ନିଜର କୁଳ ବେଉସା ହରାଇ ଦିଗହୀନ ହୋଇପଡ଼ିଛି । ତୁରନ୍ତ ସରକାରୀ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି।