ଭାରତକୁ ଯାତ୍ରା କରିଥିବା ଲୋକଙ୍କ ଉପରେ ୩ ବର୍ଷର ବ୍ୟାନ ଲଗାଇବ ସାଉଦି ଆରବ ସରକାର

ନୂଆଦିଲ୍ଳୀ : କରୋନା ମହାମାରୀକୁ ନେଇ ନିଜ ନାଗରିକଙ୍କ ପ୍ରତି ସାଉଦି ଆରବ  ସରକାର ନେଇଛନ୍ତି କଡା ନିଷ୍ପତ୍ତି। ସାଉଦି ଆରବ ନିଜର ନାଗରିକଙ୍କୁ ଚେତାବନୀ ଦେଇ କହିଛି,  ଯଦି କୌଣସି ବ୍ୟକ୍ତି କରୋନା ଭାଇରସ୍‌ର ‘ରେଡ୍‌ ଲିଷ୍ଟ’ରେ ସାମିଲ ଦେଶକୁ ଯାତ୍ରା କରେ ତେବେ ଦିନ ତାଙ୍କୁ ୩ ବର୍ଷ  ଯାତ୍ରା ଉପରେ ରୋକ ଲଗାଯିବ। କରୋନାର ନୂଆ ଭାରିଆଣ୍ଟ ବ୍ୟାପିବା ପରେ ତାକୁ ନିୟନ୍ତ୍ରଣରେ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରେଡ୍ ଲିଷ୍ଟରେ ଥିବା ଦେଶ ଭିତରେ ଭାରତ, ପାକିସ୍ତାନ, ୟୁଏଇ ଆଦି ଦେଶ ରହିଛି। ଯଦି ସେଠାକୁ ସାଉଦି ନାଗରିକ ଯାତ୍ରା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସମ୍ବନ୍ଧିତ ଖବର

ସାଉଦି ଆରବର ସରକାରୀ ନ୍ୟୁଜ ଏଜେନ୍ସି ମଙ୍ଗଳବାର ଗୃହମନ୍ତ୍ରଣାଳୟର ଅନାମଧେୟ ସୁତ୍ରରୁ ଏହି ସୂଚନା ଦେଇଛି। ସେ କହିଛି ଯେ, ମଇ ମାସରେ ସାଉଦିର କିଛି ନାଗରିକ ମାର୍ଚ୍ଚ ୨୦୨୦ ପରେ ପ୍ରଥମ ଥର ବିନା କୌଣସି ଅଧିକାରୀଙ୍କ ଅନୁମତିରେ ବିଦେଶ ଯିବାର ଅନୁମତି ଦେଇଥିଲା, କିନ୍ତୁ ସେ ଯାତ୍ରାର ନିୟମକୁ ଉଲଂଘନ କରିଥିଲା। ଅଧିକାରୀମାନେ କହିଛନ୍ତି, ଯଦି କେହି ଯାତ୍ରା ନିୟମ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେବଳ ସେତିକି ନୁହେଁ ଲୋକଙ୍କ ବିରୋଧରେ ଜୋରିମନା ଲଗାଯିବ।   ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ନିଷିଧ କରାଯିବ। ସାଉଦି ଆରବ ନିଜର ନାଗରିକଙ୍କୁ ଭାରତ, ଇଣ୍ଡୋନେସିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ୟୁଏଇ, ତୁର୍କୀ ଆଦି ଦେଶକୁ ଯିବା କିମ୍ବା ଟ୍ରାଞ୍ଜିଟ୍ କରିବା ଉପରେ ବ୍ୟାନ୍ ଲଗାଇଛି। ଅଧିକାରୀଙ୍କ କହିବା ଅନୁସାରେ, ଗୃହମନ୍ତ୍ରଣାଳୟ ଯୋର ଦେଇ କହିଛି ଯେ, ଏହି ଦେଶ ଭିତରେ ସାଉଦି ଆରମ ନାଗରିକଙ୍କୁ ସିଧା ସଳଖ ଯିବା, କୌଣସି ଅନ୍ୟ ଦେଶର ରାସ୍ତା ବାଟେ ଯିବା, ସେହି ଦେଶକୁ ଯିବା ଯେଉଁଠାରେ କରୋନା ମହାମାରୀ ଉପରେ ନିୟନ୍ତ୍ରଣ ନାହିଁ। ଯେଉଁଠି ନୂଆ ଷ୍ଟେ୍ରନ୍ ବ୍ୟାପୁଛି ଓ ଯାତ୍ରା ଉପରେ କଟକଣା ରହିଛି।

ଉଲ୍ଲେଖନୀୟ ଯେ, ସାଉଦି ଆରବ ଉପସାଗରୀୟ ଦେଶ ଭିତରେ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ସ ତା’ର ଜନସଂଖ୍ୟା ପ୍ରାୟ ୩ କୋଟି । ସାଉଦି ଆରବରେ ମଙ୍ଗଳବାର କରୋନାର ୧୩୭୯ ନୂଆ ମାମଲା ରେକର୍ଡ କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ କରୋନାର ମୋଟ ୫,୨୦,୭୭ ମାମଲା ସାମନାକୁ ଆସିଛି। କେବଳ ସେତିକି ନୁହେଁ, ଏହି ମହାମାରୀରେ ଏପର୍ଯ୍ରନ୍ତ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏବେ ସାଉଦି ଆରବରେ ସଂକ୍ରମଣ ହାର ଖୁବ୍ କମ୍ ହୋଇଯାଇଛି।