ଭୂକମ୍ପ ଝଟକାରେ ଥରିଲା ହାଇଦ୍ରାବାଦ

ହାଇଦ୍ରାବାଦ: ହାଇଦ୍ରାବାଦରେ ଭୂକମ୍ପ ଝଟକା। ଆଜି ଭୋର୍‌ ୫ଟା ବେଳେ ହାଇଦ୍ରାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୦ ଥିବା ନେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ଫର୍‌ ସିସ୍‌ମୋଲୋଜି’ (ଏନ୍‌ସିଏସ୍‌) କହିଛି। ‘ଏନ୍‌ସିଏସ୍‌’ କହିବା ଅନୁସାରେ, ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦର ଦକ୍ଷିଣକୁ ୧୫୬ କିଲୋମିଟର୍ ଦୂରବର୍ତ୍ତୀ ଏକ ସ୍ଥାନ ହେଉଛି ଏହି ଭୂକମ୍ପନର କେନ୍ଦ୍ରସ୍ଥଳ।

ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କଥା ମଧ୍ୟ ‘ଏନ୍‌ସଏସ୍‌’ ସୂଚନା ଦେଇଛି। ‘ଏନ୍‌ସଏସ୍‌’ ଟୁଇଟ୍‌ କରିଥିବା ସୂଚନା ଅନୁସାରେ, ୨୦୨୧ ଜୁଲାଇ୨୬ ତାରିଖ ଭୋର୍‌ ୫ରେ ୪.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ୧୬.୦୦ ଅକ୍ଷାଂଶ ଏବଂ ୭୮.୨୨ ଦ୍ରାଘିମା ମଧ୍ୟରେ ସଂଘଠିତ ଏହି ଭୂମିକମ୍ପର ଗଭୀରତା ଥିଲା ୧୦ କିଲୋମିଟର। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ।