ଚିଲିକାରେ ମାତିଲେ ଜଳଦସ୍ୟୁ ପୋଡ଼ିଲେ ଡ଼ଙ୍ଗା ଦୁଇ ମାସ ଭିତରେ ତିନିଥର ଘଟେଇଲେଣି ଅଘଟଣ

କାଳୁପଡ଼ା ଘାଟ:-୨୧/୦୭(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଚିଲିକା ଅଞ୍ଚଳରେ ମାତିଛନ୍ତି ଜଳଦସ୍ୟୁ।କେତେବେଳେ ଜଳଦସ୍ୟୁ ରାଗ ସୁଝେଇବାକୁ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ଜାଳିପୋଡି ପାଉଁଶ କଲେଣି ତ ପୁଣି କେତେବେଳେ ମହିଳା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କଲେଣି।ଅନୁରୂପ ଭାବେ ଚର୍ଚ୍ଚିତ ପାଣିଦୁଆର ଗ୍ରାମ ନିକଟସ୍ଥ ଜଗନ୍ନାଥ ପୁର ଗ୍ରାମ ଚିଲିକା ହ୍ରଦ କୂଳରେ ଜଳଦସ୍ୟୁଙ୍କର ଶିକାର ହୋଇଛନ୍ତି ଜଗନ୍ନାଥ ପୁର ଗ୍ରାମର ପୂର୍ଣଚନ୍ଦ୍ର (ପୁନିଆ) ବେହେରା ଙ୍କର ଆନୁମାନିକ ପାଞ୍ଚଲକ୍ଷରୁ ଉର୍ଦ୍ଧ୍ବ ସମ୍ପତି ପୋଡି ଛାରଖାର ହୋଇଯାଇଛି।ସୂଚନାଯୋଗ୍ୟ କି ସବୁଦିନ ଭଳି ପୁନିଆ ନିଜର ଡ଼ଙ୍ଗା ପାଣିଦୁଆର ପେଣ୍ଠ ନିକଟସ୍ଥ ଜଗନ୍ନାଥ ପୁର ଗ୍ରାମରେ ଡ଼ଙ୍ଗା ଚିଲିକାରୁ ଫେରିବା ପରେ ଘାଟ ନିକଟରେ ରଖି ଆସିଥାନ୍ତି । କିନ୍ତୁ କୌଣସି ଦୁର୍ବୁର୍ତ ଜଳଦସ୍ୟୁ ପୂର୍ବ ରାଗ ସୁଝେଇବାକୁ ହେଉ କି ଅନ୍ୟ କୌଣସି ବ୍ୟବସାୟିକ ଶତ୍ରୁତା ସୁଝେଇବାକୁ ଯାଇ ଦେଢ଼ ଲକ୍ଷ ଟଙ୍କାର ଡଙ୍ଗା ଏବଂ ଦୁଇରୁ ୩ଲକ୍ଷ ଟଙ୍କାର ମାଛଧରା ଜାଲ କୁ ପେଟ୍ରୋଲ ପକେଇ ନିଆଁ ଲଗେଇ ଭସ୍ମୀଭୂତ କରିଦେଇଛି ।

ଯାହାଫଳରେ ମଙ୍ଗଳବାର ମଧ୍ୟ ରାତ୍ରରେ ନିଳ ବର୍ଣ ଚିଲିକା ରକ୍ତ ବର୍ଣର ଅଗ୍ନିପେଣ୍ଡୁଳା ସାଜି ସମ୍ପୂର୍ଣ୍ଣ ଡ଼ଙ୍ଗାପୋଡି ପାଉଁଶ ହୋଇଯାଇଥିଲା ଏବଂ ତା ସହ ଡ଼ଙ୍ଗାରେ ଲାଗିଥିବା ଲକ୍ଷାଧିକ ଟଙ୍କାର ଡ଼ଙ୍ଗା ମଟର ଟି ପୋଡ଼ି ଚିଲିକାର ପଙ୍କରେ ପୋତି ହୋଇଯାଇଛି।ୟେ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି କିନ୍ତୁ ପ୍ରଶ୍ନ ଉଠୁଛି କି ବିଗତ ଦୁଇମାସ ତଳେ ଏକ କିଳା ଚୋରି କରୁଥିବା ଅଭିଯୋଗରେ ବରୁଣ ପଡ଼ା ଗ୍ରାମର ତିନିଜଣ ମତ୍ସ୍ୟଜୀବୀ ଙ୍କୁ ପାଣିଦୁଆର ଗ୍ରାମର କିଛି ମତ୍ସ୍ୟଜୀବୀ ଧରି ବାନ୍ଧି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଚଳାଇଥିଲେ । ଏହି ଖବର ଶୁଣିବା ପରେ ଅଟକ ଥିବା ବରୁଣ ପଡ଼ା ଗ୍ରାମର ତିନିଜଣ ମତ୍ସ୍ୟଜୀବୀ ଙ୍କୁ ଉଦ୍ଧାର କରିବାକୁ ତତ୍କାଳୀନ ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟୟଙ୍କ ନିର୍ଦ୍ଦେଶ ମୁତାବକ ଏକ ଟିମ୍ ଘଟଣା ସ୍ଥଳକୁ ଗଲାବେଳେ ପାଣିଦୁଆର ଗ୍ରାମର ଶତାଧିକ ପୁରୁଷ ମହିଳା ଟାଙ୍ଗୀ ଥାନାର ମହିଳା ପୋଲିସ ଅଫିସର ଙ୍କୁ ଧକ୍କା ମାରିବା ଏବଂ ସାଥିରେ ଥିବା ଅନ୍ୟ ଏକ ସ୍ଥାନୀୟ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବରୁଣ ପଡ଼ା ଗ୍ରାମର ତିନିଜଣଙ୍କୁ ପୋଲିସ ଭ୍ୟାନ ରୁ ଭିଡି ମରଣାନ୍ତକ ଆକ୍ରମଣ କରିଥିଲେ ପୋଲିସ ସମ୍ମୁଖରେ।

ସେହିଭଳି ଭାବରେ ଚାରିଦିନ ତଳେ ପାଣିଦୁଆର ଗ୍ରାମରେ ଥିବା ଏକ ଦୋକାନକୁ ପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଧ୍ବଂସ କରିଦେଇଛନ୍ତି।ୟେ ସଂମ୍ପର୍କରେ ସ୍ଥାନୀୟ ପୋଲିସ ର ଅନୁସନ୍ଧାନ ଜାରି ରହିଥିବା ବେଳେ ପୁଣିଥରେ ମଙ୍ଗଳ ରାତି ବୁଧ ପାହାନ୍ତି ରେ ଘଟିଯାଇଛି ଅଗ୍ନିକାଣ୍ଡ।ତୁରନ୍ତ ଏ ଦିଗରେ ଉଚିତ ଅନୁସନ୍ଧାନ ହେଲେ ପ୍ରକୃତ ଦୋଷୀ ଧରା ହୋଇପାରିବ।ଏ ଦିଗରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ କଡା ଆଭିମୁଖ୍ୟ ନେବାକୁ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ନଚେତ ପୁଣିଥରେ ଜଳଦସ୍ୟୁ ଙ୍କର ଆତଙ୍କ ସୃଷ୍ଟି ହୋଇପାରେ ତେଣୁ ଦୃଢ଼ ହସ୍ତରେ ଦମନ କରିବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି।