ବ୍ରହ୍ମପୁର,୧୬।୦୭ ଆଜି ପବିତ୍ର ହେରାପଞ୍ଚମୀ ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଠାରେ ପ୍ରସିଦ୍ଧ କେରଳୀୟ ପଞ୍ଚକର୍ମ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏହି ପୁଣ୍ୟ ଦିନରେ ଉପସ୍ଥିତ ହୋଇ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ତଥା ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ସମସ୍ତଙ୍କୁ ସୁଭାଭିନନ୍ଦନ ତଥା ଆଶ୍ରିବାଦ ଜଣାଇଛନ୍ତି । ଏହି କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜିତା ପାଢ଼ୀଙ୍କର ଅକ୍ଳାନ୍ତ ପରିଶ୍ରମ ତଥା ଅନ୍ୟ ସହଯୋଗୀ ମାନଙ୍କ ଉଦ୍ୟମ ଉଚ୍ଚ ପ୍ରଶଂସିତ ହୋଇଅଛି । ଏଠାରେ ଡା. ଶିବ ପ୍ରସାଦ , ଡା. ଶିବାନୀ ତଥା ଡା. ସୁରଜିତ ପାଣିଗ୍ରାହୀ ତଥା ଅନ୍ୟ ପଞ୍ଚକର୍ମ ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ଵାରା ପ୍ରସିଦ୍ଧ କେରଳୀୟ ପଞ୍ଚକର୍ମ ଚିକିତ୍ସାର ପ୍ରାରମ୍ଭ ହୋଇଅଛି,ଏଠାରେ ସମସ୍ତ ରୋଗର କେରଳୀୟ ପଞ୍ଚକର୍ମ ଚିକିତ୍ସା ତଥା ଋତୁ ଅନୁସାରେ ଶରୀରର ଶୋଧନ କର୍ମର ବ୍ୟବସ୍ତା ରହିଛି। ବାତରୋଗ ,ଆର୍ଥାଟିକ୍ସ, ସ୍ପୋଣ୍ଡିଲୋସିସ ,ଚର୍ମରୋଗ, ସ୍ତ୍ରୀରୋଗ, ବନ୍ଧ୍ୟାଦୋଷ ଆଦିର ପଞ୍ଚକର୍ମ, ସ୍ବର୍ଣ୍ଣପ୍ରାଶନ ଆଦିର ସୁବିଧା ରହିଛି।