ଟାଙ୍ଗୀ: ୧୪/୦୭(ବିନୁ ଦାସ୍):ପବିତ୍ର ଶ୍ରୀଗୁଣ୍ଡିଚାରେ ପ୍ରଶାସନିକ ଅଧିକାରୀ ଭାରତ ଭୂଷଣ ଜଗଦ୍ଦେବଙ୍କ ଦ୍ଵାରା ରଚିତ ତୁମେ କାହାର ନାମକ ଏକ ପୁସ୍ତକ ଜଗନ୍ନାଥଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଗ୍ରାମରେ ୧୯୫୯ ମସିହା ଏପ୍ରିଲ ୧୦ରେ ଜନ୍ମ ଗ୍ରହଣ କରିଥିବା ଭାରତ ଭୂଷଣ ଜଗଦ୍ଦେବ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀରୁ ଅବସର ନେବା ପରେ ନିଜର ଜନ୍ମ ଭୂମି ଓ କର୍ମ କ୍ଷେତ୍ରକୁ ଫେରିଛନ୍ତି । ସାଧାରଣ ଜନତାଙ୍କର ସେବା କରିବା ପାଇଁ ଉଷାର୍ଗୀକୃତ ହେଉଥିବା ବେଳେ ହଠାତ ନିଜ ମନ ଭିତରେ ଏକ ଆଧ୍ୟାତ୍ମିକ ଚିନ୍ତାଧାର ଜାଗ୍ରତ ହୋଇଥିଲା । ପରେ ପରେ ନିଜ ଗାଁ ମାଟିର ବିଭିନ୍ନ ଦେବା ଦେବୀ ଓ ଆଖ ପାଖରେ ଥିବା ବିଭିନ୍ନ ଦେବା ଦେବୀଙ୍କ ଉପରେ କାବ୍ୟ କବିତା ଲେଖି ନିଜକୁ ଠାକୁର ଓ ଠାକୁରାଣୀଙ୍କର ସେବକ ଭାବେ ନିୟୋଜିତ କରିଥିଲେ ।
ଉଷାର୍ଗୀକୃତ ସର୍ଜନା ଓ ସେବା ପାଇଁ ଭାରତ ଭୂଷଣ ଜଗଦ୍ଦେବଙ୍କୁ ୧୯୯୧ ମସିହାରେ ଚଲାପଥ ସମ୍ମାନ, ୧୯୯୨ ରେ ସୁଧନ୍ୟ ସମ୍ମାନ, ୧୯୯୩ରେ ନବଦିଗନ୍ତ ସମ୍ମାନ, ୧୯୯୯ ରେ ବୈଶାଖୀ ସମ୍ମାନ,୨୦୦୨ ରେ ଜୟଦେବ ସମ୍ମାନ ସହିତ ରାଜୀବଗାନ୍ଧି ସଦଭାବନା ପୁରସ୍କାର ଏବଂ ବିନୋବା ଭାବ ସମ୍ମାନ,୨୦୧୧ରେ ଖୋର୍ଦ୍ଧା ମହୋତ୍ସବ ସମ୍ମାନ, ୨୦୧୨ରେ ଟାଙ୍ଗି ମହୋତ୍ସବ ସମ୍ମାନ, ୨୦୧୭ ରେ ମସିହାରେ ଖୋର୍ଦ୍ଧା ମହୋତ୍ସବ ସମ୍ମାନରେ ସମ୍ନାନିତ ହୋଇଛନ୍ତି । ଟାଙ୍ଗି ଗ୍ରାମର ପବିତ୍ର ରଥଯାତ୍ରାରେ ଠାକୁର ରାଜା ଭାବେ ସେ ପରିଚିତ ହୋଇଥାନ୍ତି । ଭାରତ ଭୂଷଣ ଜଗଦ୍ଦେବ କାହିଁକି ଏଭଳି ଆଧ୍ୟାତ୍ମିକ ଚିନ୍ତା ଧାରା ପ୍ରତି ଆକୃଷ୍ଟ ହେଲେ ତାହା ନିଜେ ଭାବ ବିହୋଳ ହୋଇ ବଖାଣିଛନ୍ତି।