ଟାଙ୍ଗୀ : ଡାକ୍ତରଙ୍କୁ ମାଡ଼ ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ, ୧୧/୦୭(ବିନୁ ଦାସ୍) ଶନିବାର ସନ୍ଧ୍ୟା ସମୟରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଦେଖା ଅବହେଳା ଯୋଗୁଁ ଘଟିଥିଲା ଏକ ଦୁଃଖଦ ଲୋମହର୍ଷଣ ଘଟଣା । ଡାକ୍ତରଖାନା ପରିସର ପାଲଟିଥିଲା ରଣକ୍ଷେତ୍ର।ଡାକ୍ତର ଷଡ଼ଙ୍ଗୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ଆକ୍ରମଣକାରୀ ଯୁବଗୋଷ୍ଠୀ । ଯାହାଫଳରେ ଡାକ୍ତର ଷଡ଼ଙ୍ଗୀ ଗୁରୁତର ଆହତ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା କି ସ୍ଥାନୀୟ ଟାଙ୍ଗୀ ପୋଲିସର ଏକ ଟିମ୍ ଉପସ୍ଥିତ ଥିଲେବି ଆକ୍ରମଣ କାରୀଙ୍କୁ କାବୁ କରିବା ବିଫଳ ହୋଇଥିଲା କାରଣ ପୋଲିସ ପ୍ରଥମେ ଡାକ୍ତର ଷଡ଼ଙ୍ଗୀଙ୍କୁ ସୁରକ୍ଷା ଦେବା ସହ ଘଟଣା ସ୍ଥଳରୁ ଦୁଇ ଜଣକୁ ଗିରଫ କରି ପୋଲିସ ନିଜ ହେପାଜତକୁ ନେଇଥିଲା । ଏହି ଘଟଣାକୁ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଗୁରୁତ୍ୱ ଦେବା ସହ ଖୋର୍ଦ୍ଧା ଏସପିଙ୍କର ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କର ନେତୃତ୍ୱରେ ଦୁଇଗୋଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି

ଡାକ୍ତର ଷଡ଼ଙ୍ଗୀ ଙ୍କର ଏତଲା ଅନୁଯାୟୀ ମୁଖ୍ୟ ତିନି ଜଣ ଆରୋପି ସହ ଅନ୍ୟ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନବ କିଶୋର ପ୍ରଧାନ,ଶ୍ରୀମାନ ସ୍ୱାଗତ,ରମେଶ ପ୍ରଧାନ,ଶୁଶୀଲ ପ୍ରଧାନ(ବରୁନ୍), ସତ୍ୟପ୍ରଜ୍ଞ, ରାଉତରାୟ(ଲିପୁନ) ଏହି ପାଞ୍ଚଜଣକୁ ଗିରଫ କରିବା ସହ ୨୨୩/୨୧ରେ ମାମଲା ରୁଜୁକରି ଯୁବକ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଆରମ୍ଭ କରି ଅନ୍ୟ ଦୋଷୀ ମାନଙ୍କୁ ଗିରଫ କରିବାକୁ ପୁଣି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ପୋଲିସ । ଅପର ପକ୍ଷରେ ପୋଲିସର ଧରପଗଡ଼ କାର୍ଯ୍ୟକ୍ରମରେ ଖୁବଶୀଘ୍ର ଦୋଷୀ ମାନଙ୍କୁ ଧରିଥିବାରୁ ଅଞ୍ଚଳବାସୀ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଏବଂ ଏସଡିପିଓ ବାଲୁଗାଁ ମାନସ ରଞ୍ଜନ ବାରିକଙ୍କୁ ସାଧୁବାଦ ଜଣାଇଛନ୍ତି ।