ମୃତ ହାରରେ ବ୍ରେକ ଲାଗୁନି ରାଜ୍ୟରେ ୨୪ ଘଣ୍ଟାରେ ୪୮ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ, କଟକ ଓ ନୟାଗଡ଼ରୁ ୫ ଜଣ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ବରଗଡ଼, ବୌଦ୍ଧ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ ରହିଛନ୍ତି। ସେହିପରି ଅନୁଗୁଳ, ବାଲେଶ୍ଵର, ଭଦ୍ରକ ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ ଏବଂ ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି।