ଟାଙ୍ଗୀ,୨୮/୦୬(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ କରୋନା ସଂକ୍ରମିତ ହାର କେତେବେଳେ ବଢୁଛି ପୁଣି କେତେବେଳେ କମୁଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କେବଳ କାଗଜକଲମରେ କୋଭିଡ କଟକଣା ଜାରି କରି ଝୀଂଟିକା ମାରି ବଣି ପୋଷିବା ଅଭିଯୋଗ ଆସୁଛି । ରାଜ୍ୟ ସରକାରଙ୍କ କୋଭିଡ କଟକଣା ଜାରିକୁ ସମ୍ପୂର୍ଣ୍ଣ ବେଖାତିର କରୁଛନ୍ତି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନିକ ଦାୟିତ୍ବରେ ଥିବା ଅଧିକାରୀ । ଅତ୍ୟାବଶ୍ୟକ ଦୋକାନ ଖୋଲିବା ପାଇଁ ନିର୍ଦ୍ଦିଷ୍ଟ ନିୟମ ଥିଲେ ବି ସେହିସବୁ ନିୟମ ଭାଙ୍ଗି ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ବ୍ୟବସାୟ ହେଉଛି । କାଁ ଭାଁ ପୋଲିସ ପକ୍ଷରୁ ଗାଡି ଚେକିଂ କରି ଜୋରିମାନା ଆଦାୟ ହେଉଥିଲେବି କେଉଁ କେଉଁ ଦୋକାନ ଖୋଲିବ ଏବଂ କେଉଁଠି କୋଭିଡ ନିୟମ ଉଲଂଘନ ହେଉଛି ଏହା ସ୍ଥାନୀୟ ପୋଲିସ ଏବଂ ତହସିଲଦାର ଚିଲିକା ଅବଗତ ଥିଲେବି କାଳୁପଡ଼ା ଘାଟ ଶେକ ଦୋକାନ ରେ ଶହ ଶହ ବାହାର ଲୋକ ଭିଡ଼ ଲଗାଉଛନ୍ତି।ସ୍ଥାନୀୟ ପୋଲିସର ନୀରବତା ଯେ କାଳୁପଡ଼ା ଘାଟ ଅଞ୍ଚଳରେ ପୁଣି ତାର କାୟା ବିସ୍ତାର କରିବନି କହିବା ଭୁଲ ।
ଏ ବିଷୟରେ ଆମ ପ୍ରତିନିଧି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କର ସହଯୋଗ ଲୋଡି ଅମାନିଆଁ ଶେକ ଦୋକାନୀଙ୍କ ପ୍ରତି କଠୋର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ବି ବର୍ତ୍ତମାନ ତାହା ଫସର ଫାଟିଛି । ସେହିଭଳି ଚିଲିକା ତହସିଲଦାର ପୁନମ୍ ମହାପାତ୍ର ଙ୍କୁ ମଧ୍ୟ ଆମ ପ୍ରତିନିଧି ବାରମ୍ବାର ଅବଗତ କରିଥିଲେ ବି କିଛି ପ୍ରଭାବ ପଡିନି।ବରଂ କିଛି ଵ୍ୟଵସାୟୀ ପୋଲିସ ଡରରେ ଦୋକାନ ଗୁଡ଼ିକ ବନ୍ଦ କରି ମାସ ମାସ ରହିଥିଲା ବେଳେ କ୍ଷୀର ଦୋକାନ ଖୋଲିବା ନିୟମ ଥିବାବେଳେ ଚା ଦୋକାନ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି । ରାସନ ଦୋକାନ ମଧ୍ୟ ସେହିଭଳି ଦିନରାତି ଖୋଲୁଛି । ଅପରପକ୍ଷରେ କାଳୁପଡ଼ା ଘାଟ ପେଣ୍ଠ ଏବଂ ସୋରଣ ଘୋଡ଼ା ଦୌଡ଼ ପେଣ୍ଠ ମେଳଣ ପଡିଆ ଭିଡ଼ ଠାରୁ ଢେର ଅଧିକ।ଶହ ଶହ ଲୋକ ଅଯଥା ଭିଡ଼ ସୃଷ୍ଟି କରିବା ଏବଂ ମହାମାରୀ କୁ ବିନା ପୈସାରେ ନିମନ୍ତ୍ରଣ କରୁଛନ୍ତି।ସ୍ଥାନୀୟ ପ୍ରଶାସନ ହାତ ଟେକି ବସିପିଡ଼ିଛି । ସରକାର ଗୋଟିଏ ପଟେ କଟକଣାକୁ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ କାଗଜକଲମ ରେ ଘୋଷଣା କରିଥିଲେ ବି ବଜାର ଘାଟ ଅଞ୍ଚଳରେ ଅଯଥା ଭିଡ଼ ଗୁଲିଖଟି ହେଉଥିବା ନଜିର ରହୁଛି। ସାଧାରଣ ରେ ଆଲୋଚନା ହେଉଛି କି ଆହୁରି ଦୁଇବର୍ଷ ବିତିଗଲେ ବି ପ୍ରଶାସନ ଅପାରଗତା ଏବଂ ଜନସାଧାରଣ ସଚେତନତା ର ଅଭାବ ଯୋଗୁଁ ପୁଣି ଥରେ ବଢ଼ିପାରେ ସଂକ୍ରମଣ ।
କାଳୁପଡ଼ା ଘାଟ ଅଞ୍ଚଳରେ ଥିବା କିଛି ଶେକ ଦୋକାନ ଅର୍ଥ ଲାଳସା ଯୋଗୁଁ କୋଭିଡ ନିୟମ କୁ ବେଖାତିର କରି ଅହରହ ବ୍ୟବସାୟ କରୁଛନ୍ତି । ଏପରିକି ସ୍ଥାନୀୟ ପୋଲିସ ଏବଂ ତହସିଲଦାର ଚିଲିକା ଏସବୁ ବିଷୟରେ ଅବଗତ ଥାଇବି ସେବା ନାମରେ ସଂକ୍ରମଣ ବୃଦ୍ଧିକୁ ସହଯୋଗ କରିବା ଏବଂ କେଉଭଳି ପରିସ୍ଥିତି ରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କେତେ ନମ୍ବର ଆଦେଶ ମୁତାବକ କାଳୁପଡ଼ା ଘାଟ ଶେକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ତାହା ଅଞ୍ଚଳବାସୀ ପ୍ରଶାସନ ର କାର୍ଯ୍ୟଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏ ଦିଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଅମାନିଆଁ ଶେକ ଦୋକାନୀ ଏବଂ ଅନ୍ୟ ବ୍ୟବସାୟୀ ମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାର ଅଛି।ସେହିଭଳି କାଳୁପଡ଼ା ଘାଟ ଶେକ ଦୋକାନକୁ ଆସୁଥିବା ବାହାର ରୋଗୀ ଏବଂ ସମ୍ପର୍କୀୟ ବିନା କୋଭିଡ ଟେଷ୍ଟ ରିପୋର୍ଟ ରେ ଆସିବା ଏବଂ ପ୍ରଶାସନ ଲକ୍ ଡାଉନ ଏବଂ ସଟ୍ ଡାଉନ ରେ ବି ଖୋଲିବାକୁ ଅନୁମତି ଦେଇ ସଂକ୍ରମଣ ବୃଦ୍ଧି କରିବା ଅଞ୍ଚଳ ପାଇଁ ଯେତିକି ମୂଲ୍ୟବାନ ପ୍ରଶାସନର ପାରିବା ପଣିଆ ପ୍ରତି ସେତିକି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ତୁରନ୍ତ ଏ ଦିଗରେ କଠୋର ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ।