ବାଣପୁର/ବାଲୁଗାଁ ଟୀକା କରଣ ପରିଚାଳନାରେ ତୃଟି ଜନ ଅସନ୍ତୋଷ

ବାଣପୁର/ବାଲୁଗାଁ, ୨୨/୦୬: କରୋନା ମହାମାରୀ ବିକଟାଳ ରୂପକୁ ପ୍ରତିହତ କରିବା ପାଇଁ ସରକାରଙ୍କର ପ୍ରତିଷେଧକ ବ୍ୟବସ୍ଥା ପରିଚାଳନାଗତ ତୃଟି ଆଜି ସର୍ବସାଧାରଣରେ ପ୍ରତିଫଳିତ ହୋଇଛି । କ୍ଷମତାଧାରୀ ବ୍ୟକ୍ତି ବିଶେଷ ମାନେ ନିଜ ନିଜର ସମ୍ଫର୍କୀୟ ମାନଙ୍କୁ ଟୀକା କରଣ କରାଉଥିବାରେ ନିରିହ ସର୍ବସାଧାରଣ ମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତିି । ଟୀକାକରଣ କେନ୍ଦ୍ର ମାନଙ୍କରେ ଶୃଙ୍ଖଳା ବ୍ୟବସ୍ଥା ପାଇଁ ନିଯୁକ୍ତି ହୋଇଥିବା ପୋଲିସ କର୍ମୀମାନଙ୍କ ନିରିହ ସର୍ବସାଧାରଣ ମାନଙ୍କ ପ୍ରତି ଘୃଣା ଓ କଦର୍ଯ୍ୟ ବ୍ୟବହାର ଅତିଷ୍ଟ କରୁଅଛି । ଟୀକାକରଣ କେନ୍ଦ୍ରଠାରେ ଟୀକା ନେବା ପାଇଁ ଖରା ଓ ବର୍ଷାରେ ଦୀର୍ଘ ସମୟ ଧରି ଅପେକ୍ଷା ବ୍ୟବସ୍ଥା ଅତି ଅସହ୍ୟ । ବାଣପୁର ପଲଟଣ ପଡିଆ ଠାରେ ଥିବା କୃତିବାସ ପାଟ୍ଟଶାଣୀ କଲ୍ଯାଣ ମଣ୍ଡପ ଠାରେ ପରିଚାଳନା ତ୍ରୁଟି ପାଇଁ ଭିଡ ଜମିବାରେ ଠେଲାପେଲା ହୋଇ ଲୋକମାନେ ଆହତ ହୋଇଛନ୍ତି ସେହିଭଳି ମଧ୍ୟ ପରିଚାଳନାଗତ ତ୍ରୁଟି ବାଲୁଗାଁ ଉଚ୍ଚ ବିଦ୍ୟାଳୟଠାରେ ହୋଇଥିବା ଟୀକା କରଣ କେନ୍ଦ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା ସାଧାରଣରେ ଚର୍ଚ୍ଚା ହେଉଛି ଲୋକେ ଏହି ସ୍ଥାନକୁ କରୋନା ଟୀକା ନେବା ପାଇଁ ନୁହେଁ ବର॰ କରୋନା ସଂକ୍ରମିତ ହେବାକୁ ଆସୁଛନ୍ତି ।

ଏପରିକି ୨୨/୦୬/୨୦୨୧ ରିଖ ଦିନ ବାଣପୁର ପଲଟଣ ପଡିଆ ଠାରେ ଥିବା କୃତିବାସ ପାଟ୍ଟଶାଣୀ କଲ୍ଯାଣ ମଣ୍ଡପଠାରେ କିଛି ହିତାଧିକାରୀ ଟୀକାକରଣ ପାଇଁ ଅପେକ୍ଷା କରିଥିବା ବେଳେ ଠେଲା ପେଲାର ଶିକାର ହୋଇ ଅଚେତ ହୋଇଛନ୍ତି , ଅଚେତ ହୋଇଥିବା ବ୍ୟକ୍ତିଙ୍କୁ ଅମ୍ଳଜାନ ବ୍ୟବସ୍ଥା କରାଯାଇଥିବା ର ସୂଚନା ମିଳିଛି ।