ବାଲିଗୁଡ଼ା,୨୧/୦୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧଙ୍କୁ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଣ୍ଡିଗଡ଼ ପଞ୍ଚାୟତ ର ପାଲକି ପଦର ଓ ଗୁମା ପଞ୍ଚାୟତର ଡୁପି ଓ ମାଦାଗୁଡା ପଞ୍ଚାୟତର ପବନ ଗାଁରେ ବସବାସ କରୁଥିବା ଜନଜାତିଙ୍କ ପରିବାରକୁ ସମ୍ପାଦକ ସୁକାନ୍ତ କୁମାର ନାୟକ ସେମାନଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।
ଏହା ସହ କିଭଳି ୪୫ ବର୍ଷ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସମସ୍ତେ ଟୀକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଲିଫ ଲେଟ ପ୍ରଦାନ କରଯାଇଥିଲା। ତୁମୁଡ଼ିବନ୍ଧ ବ୍ଲକର ମୁଣ୍ଡିଗଡ ପଞ୍ଚାୟତ ର ଘୁମୁରା ଗାଁ, ବିଲାମାଳ ପଞ୍ଚାୟତର ଗରାଙ୍ଗୀ, ବେଲଘର ପଞ୍ଚାୟତ ର ବୁଲୁବାରୁ, ଗୁମା ପଞ୍ଚାୟତର ଡୁପି ଏଭଳି ୧୦ଟି ଗାଁର ୩୦୦ ପରିବାରକୁ ସଚେତନତା ସହ ସଂପୂର୍ଣ୍ଣ ଟୀକା କାରଣ ଉପରେ ଗୁରୁତ୍ବ ଦେଇ ସଚେତନତା କରିଥଲେ ।
ତୃତୀୟ ଲହର କିଭଳି କୁଟିଆ କନ୍ଧଙ୍କୁ ଛୁଇଁ ପାରିବ ନାହିଁ ସେ ନେଇ ଏବେ ଠାରୁ ହିଁ ପ୍ରସ୍ତୁତ ରହିବାକୁ ସଂପାଦକ ଶ୍ରୀ ନାୟକ କହିଥିଲେ। ଏଭଳି କରୋନା ମହାମାରୀ ସମୟରେ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲାର ଦୁର୍ଗମ ଅଞ୍ଚଳ ତୁମୁଡ଼ିବନ୍ଧ ଓ କୋଟଗଡ଼ ସାମ୍ବାଦିକଙ୍କୁ କରୋନା କୀଟ ପ୍ରଦାନ, ଦୁର୍ଗମ ଅଞ୍ଚଳ ରେ ସଚେତନତା ଓ ଶୁଖିଲା ଖାଦ୍ୟ ପ୍ରଦାନ କରି ବୁଦ୍ଧିଜିବୀ , ବନ୍ଧୁ ବର୍ଗ ଓ ସାଧାରଣ ଲୋକଙ୍କ ଠାରୁ ଶୁଭେଚ୍ଛା ସାଉଁଟିଛନ୍ତି।