ଆସୁଛି ବାତ୍ୟା ‘ତଉକ୍ତେ’ ଓଡ଼ିଶା ଉପରେ କଣ ରହିବ ଏହାର ପ୍ରଭାବ ଜାଣନ୍ତୁ…

ଭୁବନେଶ୍ୱର: ଆସୁଛି ବାତ୍ୟା ‘ତଉକ୍ତେ’। ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦିଆଯାଇଛି। ଏହି ବାତ୍ୟାର ନାଁ ‘ତଉକ୍ତେ’ ବୋଲି ମିଆଁମାର ନାମକରଣ କରିଛି। ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ। ଗୁରୁବାର ରାଜ୍ୟର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ।

ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଏହାର ସରକୁଲେସନ୍ ଦକ୍ଷିଣ-ପୁର୍ବ ଆରବ ମହାସାଗରରେ ରହିଛି । ଏହାର ପ୍ରଭାବରେ ମେ ୧୪-୧୫ ଆଡକୁ ଲଘୁଚାପ ବର୍ଷା ଆରମ୍ଭ ହୋଇଯିବ । ଓଡିଶା ଉପରେ ବାତ୍ୟାର ଭୟ ନଥିବା ବେଳେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ବାତ୍ୟା ଯୋଗୁଁ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଖାଲି ସେତିକି ନୁହେଁ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଲାକ୍ଷାଦ୍ୱୀପରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏଥିସହିତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟ ମାନଙ୍କରେ ଶନିବାର ଏବଂ ରବିବାର ଆଡକୁ ପ୍ରବଳ ବର୍ଷା ହେବ ବୋଲି ସୁଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଏହି ରାଜ୍ୟ ମାନଙ୍କ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ଏଥିସହିତ ମହାରାଷ୍ଟ୍ର ଏବଂ ଗୋଆରେ ଶନିବାର ଓ ସୋମବାର ପ୍ରବଳ ବର୍ଷା ହେବା ସହ ଘଡଘଡି ମାରିବାର ସମ୍ଭାବନା ରହିଛି । ତେବେ ବାତ୍ୟା ତଉକ୍ତେ ଆରବ ସାଗରରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏହାର ପବନର ବେଗ ଘଣ୍ଟାପ୍ରତି ୧୭୫ କିଲୋ ମିଟର ରହିବ ବୋଲି ଆକଳନ ହୋଇଛି । ଉପରୋକ୍ତ ରାଜ୍ୟ ମାନଙ୍କରେ ବାତ୍ୟାର ବିଶେଷ ପ୍ରଭାବ ପଡିବ ବୋଲି ସୁଚନା ମିଳିଛି । ବାତ୍ୟା ସମୟରେ ମତ୍ସଜୀବୀ ମାନଙ୍କୁ ପାଣିକୁ ଯିବାକୁ ବାରଣ କରାଯାଇଛି । ଏଥିସହିତ ସମୁଦ୍ର କୁଳିଆ ବ୍ୟବସାୟୀ ମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।