ଠାକୁରଗଡ଼,୩୧/୦୭(ବୁଲୁ ଦଳେଇ):ଆଠମଲ୍ଲିକ ବଇଣ୍ଡା 62ନମ୍ୱର୍ ରାଜ୍ୟ ରାଜ ପଥ ର ଠାକୁରଗଡ଼ ଥାନା ଠାରୁ ମାତ୍ର 50ମିଟର ଦୂରରେ ଅବସ୍ଥିତ ଏକ ପୋଲ ଦବି ରାସ୍ତା ରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଦୈନଦିନ ଏହି ରାସ୍ତାରେ ଯିବା ଆସିବା କରୁ ଥିବା ଗାଡ଼ି ମୋଟର ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହେଉଛି। ନିକଟ ରେ ଏହି ଗର୍ତ୍ତ ମୁହଁରେ ପଡ଼ି କେତେକ ବାଇକ୍ ଆରୋହୀ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିବା ଜଣା ଯାଇଛି। ଏହାକୁ ଦୃଷ୍ଟିରେ ରଖି ଠାକୁରଗଡ଼ ଗ୍ରାମର କେତେକ ସ୍ବେଚ୍ଛାସେବୀ ଥାନା ରୁ ମାଗି ସ୍ପିଡ୍ ବ୍ରେକର ରଖିବା ସହିତ ଗର୍ତ୍ତ ମୁହଁରେ ଏକ ଖୁଣ୍ଟି ପୋତି ପତାକା ଲଗାଇ ଥିବା ଦେଖା ଯାଇଛି। ତୁରନ୍ତ ପୋଲ ନିର୍ମାଣ ସହିତ ଗର୍ତ୍ତ ମରାମତି କରିବାକୁ pw ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଠାକୁରଗଡ଼ ସରପଞ୍ଚ ଙ୍କ ପ୍ରତିନିଧି ବିନୋଦ କୁମାର ମିଶ୍ର, ସଞ୍ଜୀବ କୁମାର ପ୍ରଧାନ, ଚଗଲା ସାହୁ, ସିପୁନ ବାଘ୍, ମାନସ ରଞ୍ଜନ ବିଶ୍ଵାଳ, ସନ୍ତୋଷ କୁମାର ବିଶ୍ବାଳ, ଦିଲ୍ଲୀପ କୁମାର ସେନାପତି, ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଦାବୀ କରି ଛନ୍ତି।