ମାଡ଼ି ଆସୁଛି  ସାମୁଦ୍ରିକ ବାତ୍ୟା ନିସର୍ଗ.

ଗୁଜୁରାଟ : ଗୁଜୁରାଟ ଉପକୂଳ ଆଡ଼କୁ ମାଡ଼ିଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ଓ ମହାରାଷ୍ଟ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆରବ ସାଗରରେ ସ୍ରୂ‌ଷ୍ଟି ହୋଇଥିବା ଏହି ବାତ୍ୟା ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଗୁଜୁରାଟରେ ୧୦ଟି ଏନଡିଆରଏଫ ଦଳ ମୁତୟନ କରାଯାଇଛି । ମହାରାଷ୍ଟ୍ରରେ ମଧ୍ୟ ଏନଡିଆରଏଫ ଦଳ ମୁତୟନ କରାଯାଇଛି ।

ନିସର୍ଗ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ଏହା ଫଳରେ ପବନର ବେଗ ୮୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ଏଥିପାଇଁ ଏନଡିଆରଏଫ ପ୍ରସ୍ତୁତ ରହିଛି ବୋଲି ଏହାର ମହାନିର୍ଦ୍ଦେଶକ ଏସଏନ ପ୍ରଧାନ କହିଛନ୍ତି ।