ରାୟଗଡା,( ଅମୁଲ୍ୟ ନିଶଙ୍କ): ଗତ ବୁଧୁବାର ଦିନ ନବୀନ ନିବାସ ରେ କୋରାପୁଟ ଲୋକସଭା ଓ ତତ ସଂଲଗନ ବିଧାନସଭା କ୍ଷେତ୍ର ନେଇ ଦଳୀୟ ସ୍ଥିତି ସମ୍ପର୍କ ରେ ଆଲୋଚନା ପରେ ଭୁବନେଶ୍ୱର ରୁ ଫେରି ଗତ କାଲି ଗୁରୁବାର ଦିନ କାଶୀପୁର ଓ ରାୟଗଡା ବ୍ଲକ ଜନ ପ୍ରତିନିଧି ଙ୍କ ଏକ ବୈଠକ ଭାସ୍କର ରାଓ ଡାକିଥିଲେ l ଏହି ବୈଠକ ରେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା, ରାଜ୍ୟ ବିଜେଡି ସମ୍ପାଦକ ତଥା କାଶୀପୁର ର ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ର, ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା, କେ ସି ସି ବ୍ୟାଙ୍କ ନିର୍ଦେଶକ ବି ତିରୁପତି, ଜ଼ିଲ୍ଲା ବିଜେଡି ୟୁବ ଜନତା ଦଳ ସଭାପତି ଅଭିନାଶ ବିଷୋୟୀ, ଟିକିରି ଅଞ୍ଚଳ ର ୟୁବ ବିଜେଡି ନେତା ହରପ୍ରସାଦ ନାୟକ, ବ୍ଲକ ଅଧକ୍ଷ କଣ୍ଠ ମାଝୀ ଓ ନିର୍ବାଚିତ ଲୋକ ପ୍ରତିନିଧି ଯୋଗଦେଇ ଥିଲେ l 2019 ରେ ରାୟଗଡା ନିର୍ବାଚନ ମଣ୍ଡଳୀରେ ଯେଉଁ ଭୁଲ ହୋଇଥିଲା ଏହିଥର 2024 ନିର୍ବାଚନ ରର ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ସହିତ ଆମେ ସମସ୍ତେ ମିଳିମିଶି ଏକ ପ୍ରାଣ ଏକ ମନ ରେ ବିଜେଡି ଦଳ ପାଇଁ କରିବା କୁ ପଡିବ ବୋଲି କହିଥିଲେ ଭାସ୍କର ରାଓ l କିଛି ନେତୃବୃନ୍ଦ ଓ କର୍ମୀ ଙ୍କ ମଧ୍ୟରର ସୃଷ୍ଟି ହୋଇଥିବା ମତାନ୍ତର ପାଇଁ ବିଜେଡି ର ଦଳୀୟ ପ୍ରାର୍ଥୀ ପରାଜୟ କରିଥିଲେ କିନ୍ତୁ ଏହି ନିର୍ବାଚନ ରର ତୃଣମୂଳ ସ୍ଥର ରି ଆମେ ସମସ୍ତେ ଏକ ହୋଇ ନିଜ ନିଜ ର ମନମାଳୀନ କି ଭୁଲି କାମ କରିବା ପାଇଁ ନିର୍ଦେଶ ଦେଇଥିଲେ l ପ୍ରତ୍ୟକ କର୍ମୀ ନେତା ଗାଁ କୁ ଗାଁ ବୁଲି ନବୀନ ପଟ୍ଟନାୟକ ସରକାର ଙ୍କ ବିଗତ 24 ବର୍ଷ ଟା ଶାସନ କାଳରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇଥିବା ବେଳେ 5 ଟି ଉପକ୍ରମରେ ସରକାରୀ ସେବା, ଶିକ୍ଷା କ୍ଷେତ୍ର ରର ବୈପ୍ଲବିକ ପରିବର୍ତନ, ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ମହିଳା ସାଶକ୍ତି କରଣ, ମିଶନ ଶକ୍ତି, ନୂଆ ଓଡିଶା ନବୀନ ଓଡିଶା ଗ୍ରାମ ଅଞ୍ଚଳ କୁ ଯାତାୟତ ପାଇଁ ଲକ୍ଷ୍ମୀ ବସ ଯୋଜନା ଏହି ପରି ଅନ୍ୟ ଯୋଜନା ବିଷୟରେ ରେ ଜନସାଧାରଣ ଙ୍କୁ ବୁଝାଇବା ସହିତ ବିଜେଡି ଦଳ କୁ ମଜବୁତ ପାଇଁ ପରାମର୍ଶ ଦେଇଥିଲେ ଶ୍ରୀ ରାଓ l