ଭୁବନେଶ୍ୱର ୧୮/୦୬: ରାଜଧାନୀ ଭୁବନେଶ୍ୱରରେ ଆଜି ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ସୂଚନା ମିଳିଛି। ଗୁରୁବାର ବିଏମସି ଦେଇଥିବା ତଥ୍ୟ ଅନୁଯାୟୀ ଚିହ୍ନଟ ୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଡିଏ କଲୋନୀ ନିକଟରୁ ୨୯ବର୍ଷୀୟ ମହିଳା, ବିମାନବନ୍ଦର ନିକଟରେ ଥିବା ଭୀମପୁର ଅଞ୍ଚଳର ୪୬ ବର୍ଷୀୟ ବ୍ୟକ୍ତି, ଭୀମପୁର ୟୁନିଟ-୬ର ୨୩ବର୍ଷିୟ ମହିଳା, ଶାଲିଆ ସାହିର ନିରନକାରି ନଗରରୁ ୧୯ବର୍ଷିୟ ବ୍ୟକ୍ତି, କୋଭିଡ ଡାକ୍ତରଖାନାରୁ ୩ଜଣ କରୋନା ଯୋଦ୍ଧା (୩୬ବର୍ଷିୟ ବ୍ୟକ୍ତି, ୩୭ବର୍ଷିୟ ବ୍ୟକ୍ତି ଓ ୩୦ବର୍ଷୀୟ ମହିଳା) ରହିଛନ୍ତି। ସେହିପରି ଗାଡ଼କଣ ମହିମା ନଗରରୁ ୨ଜଣ ସ୍ଥାନୀୟ ବ୍ୟକ୍ତି (୫୩ବର୍ଷୀୟ ବ୍ୟକ୍ତି, ୧୪ବର୍ଷିୟ ବାଳକ) କରୋନା ଆକ୍ରାନ୍ତ ହୋଇଛନ୍ତି। ଏସବୁ ଅଞ୍ଚଳକୁ ସାନିଟାଇଜ କରାଯାଉଥିବା ବେଳେ ଆକ୍ରାନ୍ତମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାହାର ଅନୁସନ୍ଧାନ ଜାରି ରହିଛି।