କୋଇଡା :(ଡ଼ମୁ ପାତ୍ର )ଓଡିଶାର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ଏବଂ ତହସିଲ ଅନ୍ତର୍ଗତ ସାନଇନ୍ଦିପୁର ଗ୍ରାମରେ ୭୦.୯୧୭ ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ସାନଇନ୍ଦିପୁର ଲୌହ ଏବଂ ମାଙ୍ଗାନିଜ୍ ଖଣିର ସମ୍ପ୍ରସାରଣ କରି ଲୌହ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୧ ମିଲିୟନ ଟନରୁ ବାର୍ଷିକ ୦.୪୧ ମିଲିୟନ ଟନରୁ ବାର୍ଷିକ ୩ ମିଲିୟନ ଟନ, ବାର୍ଷିକ ୪.୦୭୩ ମିଲିୟନ ଟନ ସମୁଦାୟ ଖନନ (ବାର୍ଷିକ ୩ ମିଲିୟନ ଟନ ଆର.ଓ.ଏମ. + ବାର୍ଷିକ ୧.୦୭୩ ମିଲିୟନ ଟନ ବର୍ଜ୍ୟ) ଏବଂ ଘଣ୍ଟାପ୍ରତି ୧୦୦ ଟନ ଜିଗିଙ୍ଗ ଏବଂ ୱାସିଂ ପ୍ରକଳ୍ପ ଘଣ୍ଟାପ୍ରତି ୨×୨୦୦ ଟନ ଜଅ କ୍ରସର, ଘଣ୍ଟାପ୍ରତି ୨×୨୦୦ ଟନ ଭ୍ରାମ୍ୟମାଣ ଜୋନ କ୍ରସର ଏବଂ ଘଣ୍ଟାପ୍ରତି ୨×୨୦୦ ଟନ ଭାଇବ୍ରୋଟୋରୀ ବହୁବିଧ ଶୁଖିଲା ସ୍କ୍ରିନ୍ ପ୍ରକଳ୍ପର ସ୍ଥାପନ ନିମନ୍ତେ ଆବଶ୍ୟକ ପଡୁଥିବା ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ସାନଇନ୍ଦିପୁର ଗ୍ରାମରେ ସ୍ଥିତ ସାପ୍ତାହିକ ବଜାର ପଡିଆରେ ଅନୁଷ୍ଠିତ ହୋଇଯାଇଛି। ୭୨ ଜଣ ବ୍ୟକ୍ତି ମେସର୍ସ ନ୍ୟାସନାଲ ଏଣ୍ଟରପ୍ରାଇଜେସ କମ୍ପାନୀ ସପକ୍ଷରେ ବକ୍ତବ୍ୟ ରଖିଥିଲେ ଓ ତତ ସଙ୍ଗେ କିଛି ଦାବୀ କରିଥିଲେ। ଗଛ କଟା ହେବା ସହିତ ଶବ୍ଦ ଓ ବାୟୁ ପ୍ରଦୂଷଣ ଭଳି ବହୁ ଅସୁବିଧାର ସମ୍ମୁଖିନ ହେବେ। ଏହାର ପ୍ରତିବଦଳରେ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ସ୍ଥାନୀୟବାସୀଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି,ରାସ୍ତାର ମରାମତି ଓ ଉନ୍ନତି କରଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସ ସେବା, ସ୍କୁଲକୁ ଶିକ୍ଷକ, ପାନୀୟ ଜଳ ଯୋଗାଣ, ବୃକ୍ଷ ରୋପଣ, ବିଶେଷ କରି ଖଣି ହେବା ଦ୍ବାରା ଆମର ମୂଲ୍ୟବାନ ଶାଳ ଗଛ ନଷ୍ଟ ହେଇଛି ତାକୁ ପୁନଃ ରୋପଣ ପାଇଁ ଅତ୍ୟାଧୁନିକ ଯନ୍ତ୍ର ଇତ୍ୟାଦି ଯୋଗାଇଦେବା ପାଇଁ କର୍ତ୍ତୁପକ୍ଷଙ୍କୁ ଦାବୀ ରଖିଛନ୍ତି। ଏହି ଜନ ଶୁଣାଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ ଅଧିକାରୀ ବିନୋଦ ବିହାରୀ ଦାସ୍ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ବୈଜ୍ଞାନିକ ପରେଶ୍ ରଞ୍ଜନ ଦାସ, କୋଇଡା ତହସିଲଦାର ଡି.ଏସ.ଶୁଭଦର୍ଶୀ ଯୋଶୀ ମାଲଦା ସରପଞ୍ଚ ସୁରୁବାଲି ପାତ୍ର, କୋଇଡ଼ା ଖ ଜିଲ୍ଲା ପରିଷଦ ଅଶୋକ ନାଏକ ପ୍ରମୁଖ ଯୋଗ ଦେଇ ନିଜ ମତାମତ ସଙ୍ଗକୁ ମେସର୍ସ ନ୍ୟାସନାଲ ଏଣ୍ଟରପ୍ରାଇଜେସ ଖଣିକୁ ପୂର୍ଣ ସମର୍ଥନ କରିଥିଲେ।