କେନ୍ଦ୍ରାପଡା :(ଦୀପକ କୁମାର ମିଶ୍ର )କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ର ବିଶିଷ୍ଟ ଆଇନିଜୀବି ତଥା ଜୟରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସ୍ବର୍ଗତ ଚିତ୍ତରଞ୍ଜନ ମହାନ୍ତି ଙ୍କ ଅକାଳ ବିୟୋଗ ନେଇ ନିଜର ଅନ୍ତରଙ୍ଗ ସହପାଠୀ,ଶୁଭେଚ୍ଛୁ ଓ ବନ୍ଧୁମାନେ ଏକତ୍ରିତ ହୋଇ ଅଶ୍ରୃଳ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଏନେଇ ଜୟରାମ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଗରଦପୁର ବ୍ଲକ କୋରୁଆ ପଲ୍ଲିଶ୍ରୀ ମହିଳା ସମିତି ପରିସରରେ ଏକତ୍ରିତ ହୋଇ ଆୟୋଜିତ ସ୍ମୃତି ଚାରଣ ସଭା ରେ ସାଙ୍ଗ ଓ ବନ୍ଧୁମାନେ ସ୍ବର୍ଗତ ମହାନ୍ତି ଙ୍କ ସ୍ମୁତି ଚାରଣ କରିବା ସହ
ତୈଳଚିତ୍ର ରେ ପୁଷ୍ପଗୁଛ ଦେବା ସହ କନ୍ୟାଶ୍ରମ ର ଅନ୍ତେବାସୀ ମାନଙ୍କୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଵଣ୍ଟନ କରିଥିଲେ । ସ୍ବର୍ଗତ ମହାନ୍ତି ସ୍ଥାନୀୟ ଜୟରାମ ଉଚ୍ଚ ବିଦ୍ୟାଳୟ କରିଲୋପାଟଣା ରୁ ୧୯୯୫ ମସିହାରେ କୃତିତ୍ବ ସହ ଉତିନ୍ନ ହେବା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ଆଇନିଜୀବି ଭାବେ ଯୋଗଦେଇ ବେଶ୍ ସୁନାମ ଅର୍ଜନ କରିଥିଲେ । ଏହାଛଡା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ନହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ସମସ୍ତ ବନ୍ଧୁ ମାନଙ୍କୁ କହି ଅବିବାହିତ ବି ରହିଥିଲେ । ହେଲେ ନିୟତି ଥିଲା ନିଷ୍ଠୁର ସ୍ବର୍ଗତ ମହାନ୍ତି ଗତ ହୋଲି ପର୍ବ ଦିନ ହଠାତ୍ ହୃତଘାତ ରେ ମୃତ୍ୟୁ ବରଣ କରି ସମସ୍ତ ହୃଦୟରେ ଦୁଃଖ ଭରି ଆରପାରିକୁ ଚାଲିଯାଇଥିଲେ । ତେବେ ପ୍ରିୟ ସାଥୀ ଙ୍କୁ ହରାଇ ମିୟମାର୍ଣ ହୋଇ ଆଜି ତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ଆୟୋଜନ କରି ତାଙ୍କର ଗୁଣଗାନ କରିଛନ୍ତି । ଏହି ଅବସରରେ ଜ୍ୟୋତି ରଞ୍ଜନ ଜେନା, ଦିପ୍ତି ରଞ୍ଜନ ଜେନା , ସନ୍ତାଷ ସାମଲ, କ୍ଷୀରୋଦ ସାମଲ, କବିନ୍ଦ୍ର ଦାସ, ସୁବାସ ପରିଡ଼ା, ସୂର୍ଯ୍ୟକାନ୍ତ ସ୍ବାଇଁ, କବିତା ଷଡ଼ଙ୍ଗୀ, ଶୁଭଲକ୍ଷ୍ମୀ ସାମଲ, ଅର୍ଚ୍ଚନା ସ୍ବାଇଁ, ପୁଷ୍ପଲତା ନାୟକ, ଅମିତ୍ ସାହୁ, ଦେବାଶିଷ ମହାପାତ୍ର, ବିଶ୍ବଜିତ ସାମଲ, ନିତ୍ୟାନନ୍ଦ ମଲ୍ଲିକ, ଶ୍ରୀଚରଣ ଓଝା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।