ପ୍ରଦୂଷଣ ବିଭାଗର କମ୍ପାନୀ ପାରିପାର୍ଶ୍ବିକ ଅଞ୍ଚଳ ଅନୁଧ୍ୟାନ

ରାୟଗଡ଼ା,17/01(ପ୍ରଫୁଲ୍ଲ କୁମାର ବେହେରା) :ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଦୋରାଗୁଡ଼ାରେ ଥିବା ଉତ୍କଳ ଆଲୁମିନା ର ପାରିପାର୍ଶ୍ବିକ ଗାଁ ଡି କରଳ ଓ ଡିମୁଣ୍ଡି ଗାଁ ରେ ଆଜି ପ୍ରଦୂଷଣ ବିଭାଗର ଅଧିକାରୀ ମାନେ ରାୟଗଡ଼ା ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, କାଶିପୁର ବିଡ଼ିଓ ଶ୍ରୀମତୀ ମନିଷା ଦାସ, ଓ ତହସିଲଦାର ଶ୍ରୀ ଶରତ ଶବର ଙ୍କ ସହ ଉକ୍ତ ଗ୍ରାମ ଗୁଡ଼ିକ ପରିଦର୍ଶନ କରି କେତେ ପରିମାଣରେ କମ୍ପାନୀ ର ବର୍ଜ୍ୟ ଧୂଳିକଣା ଯୋଗୁଁ କେତେ ପରିମାଣର କ୍ଷତିଗ୍ରସ୍ତ ହେଉଛି,ସେ ନେଇ ଏକ ଅନୁଧ୍ୟାନ କରିବା ସହ ଏହାର ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଡି କରଳ ଓ ପରେ ଡ଼ିମୁଣ୍ଡି ଯାଇ ପାଇରିକ୍ଷା ନିରୀକ୍ଷା କରିବା ପରେ ଏହା ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଏହି ଗ୍ରାମ ଗୁଡ଼ିକ ବହୁ ଦିନ ହେଲା ପ୍ରଦୂଷଣ ଜନିତ ସମସ୍ୟା ନେଇ ସରକାର ଓ ପ୍ରଶାସନ ର ଦ୍ବାରସ୍ଥ ହେବା ପରେ ଏହାର ସମାଧାନ ନେଇ ବହୁଦିନ ପରେ ପ୍ରଶାସନ ଓ ପ୍ରଦୂଷଣ ବିଭାଗ ତରଫରୁ ଏଭଳି କାର୍ଯ୍ୟକୁ ସ୍ବାଗତ କରିଛନ୍ତି ଅଞ୍ଚଳବାସୀ କିନ୍ତୁ ଏଭଳି ଆଶଙ୍କା ମଧ୍ୟ କରିଛନ୍ତି ରିପୋର୍ଟ୍ ପ୍ରଦାନ ପରେ ସରକାର , ପ୍ରଶାସନ ଓ କମ୍ପାନୀ ର ପଦକ୍ଷେପ କିଭଳି ରହିବା ତାହାହିଁ ଦେଖିବାକୁ ବାକି ରହିଲା ।