ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ପ୍ରୋଟେକଲ୍ ଅନୁଯାୟୀ ଷଷ୍ଠ, ସପ୍ତମ ଶ୍ରେଣୀ ପାଠ ପଢା ଆରମ୍ଭ।

ଢେଙ୍କାନାଳ,୧୫/୧୧(ଶୁଭମ ପାଣି):ଷଡଙ୍ଗି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ଆଜି ନଭେମ୍ବର ମାସ ପନ୍ଦର ତାରିଖ ଦିନ ସକାଳ ନଅଟା ତିରିଶ ମିନିଟ ସମୟ ଠାରୁ ପାଠପଢ଼ା ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ଷଷ୍ଠ ଶ୍ରେଣୀରେ ଅଠର ଜଣ ତିରିଶ ଜଣ ମଧ୍ୟରୁ, ସପ୍ତମ ଶ୍ରେଣୀ ରେ କୋଡ଼ିଏ ଜଣ 37ଜଣ ମଧ୍ୟରୁ ଓ ଅଷ୍ଟମ ଶ୍ରେଣୀ ରେ ଛବିଶିଜଣ ତେୟାଳିଶି ଜଣ ମଧ୍ୟରୁ ପାଠପଢାରେ ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଙ୍କ ସମେତ ସହକାରୀ ଶିକ୍ଷକ ବିଜୟ କୁମାର ବରାଳ, ବିମଳ କିଶୋର ବିହାରୀ ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ହିରଣ୍ଯ ମୟୀ ପଣ୍ଡା, ସର୍ମିଷ୍ଠା ବେହେରା, ସସ୍ମିତା ମହାନ୍ତି ଓ ମଧୁମିତା ପ୍ରଧାନ ଉପସ୍ଥିତ ହୋଇ ଥିଲେ। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ପାଠପଢ଼ା ଆରମ୍ଭ ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ମନରେ ଆନନ୍ଦ ଭରି ଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିଥିଲେ।