ଖବର ପ୍ରକାଶ ପରେ କୁହୁଡି ପଞ୍ଚାୟତ ସଟ୍ ଡାଉନ କଲେ ସରପଞ୍ଚ

ଟାଙ୍ଗୀ,୦୧/୦୬(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାରେ ଦୈନିକ କୋଭିଡ ସଂକ୍ରମଣ ବୃଦ୍ଧି ବର୍ତ୍ତମାନ ଜିଲ୍ଲା ପ୍ରଶାସନ ମୁଣ୍ଡବ୍ୟଥା ସାଜିଥିବା ବେଳେ ଦୈନିକ ସଂକ୍ରମିତ ହାର ମଧ୍ୟ କମିବାର ନାଁ ଧରୁନି।ଗୋଷ୍ଠୀ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଢେର ଅଧିକ ଯାହାକି ଚିନ୍ତାଜନକ ହେବା ସହ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ୟେ ପରିପ୍ରେକ୍ଷୀରେ ରାଜ୍ୟ ସରକାର ସଂକ୍ରମିତ ହାର ଉପରେ ରୋକ ଦେବାକୁ ବିଭିନ୍ନ ଯୋଜନା ହାତକୁ ନେବା ସହ ପୁନର୍ବାର ଗତବର୍ଷ ଭଳି ଏବର୍ଷ ମଧ୍ୟ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। କିନ୍ତୁ କେତେକ କ୍ଷେତ୍ରରେ ଦେଖାଯାଇଛି କି ସରପଞ୍ଚ ମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ୟେ ମହାମାରୀ ଯୁଦ୍ଧରେ ଯୋଦ୍ଧା ନହୋଇ ଘରେ ବସି ନିଜର କ୍ଷମତା ଉପଭୋଗ କରୁଛନ୍ତି। ଏହିଭଳି ଭାବରେ କୁହୁଡି ପଞ୍ଚାୟତ ରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସହ ସରକାରୀ ଏବଂ ବେସରକାରୀ ସ୍ତରରେ ମୃତ୍ୟୁ ହାର ବଢି ଚାଲିଛି। ଏହି ସମୟରେ ପ୍ରବାସୀ ଓଡିଆମାନେ ନିଜ ନିଜ ଗ୍ରାମକୁ ଆସି ସଙ୍ଗରୋଧ ରେ ରହିବା ପାଇଁ ମଧ୍ୟ ସଙ୍ଗରୋଧ କେନ୍ଦ୍ର ଅଭାବ ରହିଛି ଯାହା ଫଳରେ କୁହୁଡି ଗଡ଼ରେ ସଂକ୍ରମିତ ସଂଖ୍ୟା ବଢି ଚାଲୁଛି। ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ପ୍ରଶାସନ କୁ ଖୁସାମଦ କରିଥିଲେବି କେହି ଶୁଣି ନଥିଲେ। ପରିଶେଷରେ ଆମେ ୟେ ସମ୍ପର୍କରେ ଆମେ ଏକ ଶୀର୍ଷକ ‘(କୁହୁଡି ଗଡ଼ରେ ପ୍ରଶାସନିକ ଅବହେଳା ଯୋଗୁଁ ବଢୁଛି କୋଭିଡ ଆକ୍ରାନ୍ତ)’ ଖବର ପ୍ରକାଶ କରିଥିଲୁ ଯାହାକି ସ୍ଥାନୀୟ ସରପଞ୍ଚ ବିପିନ ଉଦୟ ସିଂ ଙ୍କର ନୀରବତା ଏବଂ ଜିଲ୍ଲାପାଳ କ୍ଷମତା ଉପରେ ପ୍ରଶ୍ନ ରଖିଥିଲୁ।ୟେ ସମ୍ପର୍କରେ ଆମ ପ୍ରୀତିନିଧି କୁହୁଡି ସରପଞ୍ଚ ବିପିନ ଉଦୟ ସିଂ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ କି ବର୍ତ୍ତମାନ କୁହୁଡି ର ୧୬ ଗୋଟି ୱାର୍ଡ ବିପଦରେ ଆମେ ଗତ ତିନିଦିନ ତଳେ ଏକ ଶାନ୍ତି କମିଟି ବୈଠକ ଡାକି ସମ୍ପୂର୍ଣ୍ଣ ସଟ୍ ଡାଉନ ପ୍ରସ୍ତାବ ଆଗତ କରିଥିଲୁ।କିନ୍ତୁ କିଛି ଗ୍ରାମବାସୀ ଏହାକୁ ଅଣଦେଖା କରିଥିଲେ। ଯେହେତୁ ଗୋଷ୍ଠୀ ସଂକ୍ରମଣ ବଢୁଛି ଆମେ ବାଧ୍ୟତାମୂଳକ ଭାବରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ମଙ୍ଗଳବାର ଦିନ ୧୧ ରୁ ଶୁକ୍ରବାର ସକାଳ ୬ ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ କରୁଛୁ। ଏଥିରେ କୁହୁଡି ଗ୍ରାମବାସୀ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସରପଞ୍ଚ କହିଥିଲେ କି ଯେହେତୁ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଛି ତେଣୁ ଶୁକ୍ରବାର ସକାଳ ୬ରୁ ଦିନ ୧୧ ପର୍ଯ୍ୟନ୍ତ ନିଜର ସଉଦା ପତ୍ର କିଣିପାରିବେ । ସରପଞ୍ଚ ଙ୍କର ଏଭଳି ପଦକ୍ଷେପ ପାଇଁ ଅଞ୍ଚଳବାସୀ ସାଧୁବାଦ ଦେଇଛନ୍ତି ।