ଟାଙ୍ଗୀ,୨୭/୦୫ (ବିନୁ ଦାସ) :-ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ଉଗ୍ରରୂପ ଧାରଣ କରିଥିବା ବେଳେ ଚିଲିକା ବ୍ଲକ ଏଥିରୁ ବାଦ୍ ପଡିନି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳର ଜରିପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୋଟାପଡ଼ା ଗ୍ରାମକୁ ଉପଜିଲ୍ଲାପାଳ ଖୋର୍ଦ୍ଧା ୧୦ ଦିନିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ସରକାରୀ ସ୍ତରରେ ଦୁଇଟି କୋଭିଡ ପଜିଟିଭ ରୋଗୀ ବାହାରିଥିବା ବେଳେ ବେସରକାରୀ ଭାବେ ସଂଖ୍ୟା ଅଧିକ ଅଛି। ସରକାରୀ ସ୍ତରରେ ଜରିପଡା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ପଞ୍ଜିକୃତ ମୃତକ ନଥିବା ବେଳେ ବେସରକାରୀ ଭାବେ ଅନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ଗୋଷ୍ଠୀ ସଂକ୍ରମଣ ଭୟରେ ଚିଲିକା ବିଡ଼ିଓ ଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଖୋର୍ଦ୍ଧା ଆଦେଶ ନମ୍ୱର ୨୬୯୭ ଅନୁଯାୟୀ ତୋଟାପଡ଼ା ଗ୍ରାମର ୫୬ ଘର ୨୪୮ ବାସିନ୍ଦାଙ୍କ ପାଇଁ ଉକ୍ତ ଅଞ୍ଚଳକୁ ୨୭।୦୫।୨୧ ସଂଧ୍ୟା ୭ଟା ଠାରୁ ୦୫।୦୬।୨୧ ତାରିଖ ରାତ୍ର ୯ଟା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ବାହାର ବ୍ୟକ୍ତିଙ୍କ ପ୍ରବେଶ ନିଷେଧ ସହ ବ୍ୟାରିକେଟ ହୋଇଥିବାବେଳେ ଗ୍ରାମକୁ କଣ୍ଟାକ୍ଟ ଟ୍ରେସିଂ ସହ ସାନିଟାଇଜ କରାଯିବ ବୋଲି ଜରିପଡା ସରପଞ୍ଚ ଉମାକାନ୍ତ ବେହେରା ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ବେହେରା କହିଛନ୍ତି। ସରକାରଙ୍କ ନିୟମ ମାନି ଚଳନ୍ତୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ। ଅପର ପକ୍ଷରେ ପିଇଓ ଅଶୋକ ବେହେରା ସ୍ଥାନୀୟ ପୋଲିସ ର ସହାୟତା ଲୋଡିଛନ୍ତି ଅମାନିଆଁ ମାନଙ୍କୁ ସାବାଡ଼ କରିବା ପାଇଁ ନଚେତ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ।