ବାଣପୁର,୨୪।୦୫,ରାଜ୍ୟରେ କରୋନା ସ୍ଥିତି ଅଣାୟତ ଥିବା ବେଳେ ବାଣପୁର ଏଥିରୁ ବାଦ ପଡିନାହିଁ କରୋନା କୁ ମାତ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ସହିତ କଟକଣା ଲଗାଇଛନ୍ତି କିନ୍ତୁ ବାଣପୁରରେ ସ୍ଥିତି ଓଲଟା । ବାଣପୁରରେ ଅଧିକାରୀ ମାନେ କରୋନା କଟକଣାର କରୁଛନ୍ତି ଖୋଲାଖୋଲି ଉଲଙ୍ଘନ ସତେ ଯେମିତି “ରାଜାଙ୍କ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ” । ସରକାରୀ ପିଡିଏସ ବଣ୍ଟନ ବେଳେ ବାଣପୁର ଏନ.ଏ.ସି ର ବଣ୍ଟନ ବ୍ୟବସ୍ଥା ଗୋଷ୍ଠୀ ସଂକ୍ରମଣ ମୂଖ୍ୟ କାରଣ ନ ହେଉ । ବାଣପୁର ଏନ.ଏ.ସି କାର୍ଯ୍ୟାଳୟର ଅନତି ଦୁରରେ ଅବସ୍ଥିତ ତାହାର ପୁରୁଣା କାର୍ଯ୍ୟାଳୟ ଠାରେ ପିଡିଏସ ବଣ୍ଟନ ସମୟରେ ଶାରିରୀକ ଦୂରତା ହେଉଛି ଆଖିରେ ଆଙ୍ଗୁଠି ଗେଞ୍ଜିବା ସଦୃଶ୍ୟ । ଅଧିକାରୀ ମାନେ ଏଠି ସାଧାରଣ ଜନତା ଙ୍କୁ ଲାଠି ପ୍ରହାର ସହିତ ବିଭିନ୍ନ ପ୍ରକାର ଦଣ୍ଡ ବିଧାନ କରୁଥିବା ବେଳେ ନିଜେ କିନ୍ତୁ କଟକଣାର ଖୋଲା ଉଲଙ୍ଘନ କରୁଛନ୍ତି । ଏହି ଘଟଣାରେ ସାଧାରଣ ଜନତା କୁହନ୍ତି ଚାଲୁଣି କହୁଛି ଛୁଞ୍ଚିକୁ…