ଟାଙ୍ଗୀ,୨୦/୦୫(ବିନୁ ଦାସ୍):-ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ କରୋନା କମିବାର ନାଁ ଧରୁନି। ସରକାରୀ ସ୍ତରରେ ସରକାର କାଗଜକଲମ ରେ ସଟ୍ ଡାଉନ ଏବଂ ଲକ ଡାଉନ ଘୋଷଣା ହୋଇଥିଲେବି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହେଉପାରୁନଥିଲା । ଯାହା ଫଳରେ ସହରାଞ୍ଚଳରେ କୋଭିଡ କଟକଣା ଲୋକଦେଖାଣିଆ ହେଉଥିବା ବେଳେ ଗ୍ରାମାଞ୍ଚଳରେ ପ୍ରଭାବିଶୁନ୍ୟ ଥିଲା । ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଲେବି କାଁ ଭାଁ ପେଟ୍ରୋଲିଂ ସାରି ବସିଯାଉଥିଲା ପୋଲିସ ବିଭାଗ। ଯାହା ଫଳରେ ପେଟ୍ରୋଲିଂର ଅଭାବ ଦୀର୍ଘ ଦିନ ନୁହେଁ ଦୀର୍ଘବର୍ଷ ଧରି ପରିଲକ୍ଷିତ ହେଉଥିଲା । ବର୍ତ୍ତମାନ ଟାଙ୍ଗୀ ଥାନାରେ ଯୋଗ ଦେଇଥିବା ନୂତନ ଥାନାଧିକାରୀ ବିଜୟ କୁମାର ମଲ୍ଲିକ ଯୋଗ ଦେବାର କିଛି ଘଂଟା ମଧ୍ୟରେ ଅମାନିଆଁ ଗାଡି ଚାଳକଙ୍କୁ କିଛି ମାତ୍ରାରେ ସାବାଡ଼ କରିଛି ଟାଙ୍ଗୀ ପୋଲିସ। ଘନ ଘନ ପୋଲିସ ଗାଡ଼ିର ପଇଁତରା କିଛି ମାତ୍ରାରେ ପ୍ରଭାବିତ ହୋଇଛି ଯାହାଫଳରେ ଅମାନିଆଁ ମାନେ ପୋଲିସ ର ନାଲିବତୀ ଗାଡି ଦେଖିବା ମାତ୍ରେ ଛତ୍ର ଭଙ୍ଗ ଦେବାରେ ଲାଗିଛନ୍ତି କିନ୍ତୁ କିଛି କାଳୁପଡ଼ା ଘାଟର ଦୋକାନୀ ସକାଳୁ ରାତ୍ରି ୧୦ ପର୍ଯ୍ୟନ୍ତ ବାହାର ତାଲା ଭିତରେ ମେଲା କରି ବ୍ୟବସାୟ କରୁଛନ୍ତି।ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ ଘଟିକା ପର୍ଯ୍ୟନ୍ତ ରାସନ,ପରିବା ଖୋଲିବା ନିୟମ ଥିଲେବି ରାତି ୧୦ ଘଟିକା ପର୍ଯ୍ୟନ୍ତ ବ୍ୟବସାୟ ଚାଲୁ ରହିଛି । ୟେ ଦିଗରେ ପ୍ରଶାସନିକ ପଦକ୍ଷେପ ନିହାତି ଜରୁରୀ ଏପରିକି କାଳୁପଡ଼ା ଘାଟ ବଜାର ଅଞ୍ଚଳରେ କ୍ଷୀର ଦୋକାନ ଖୋଲିବା ପରିବର୍ତେ ଚା ଦୋକାନ ଖୋଲି ଅହରହ ବ୍ୟବସାୟ କରୁଛନ୍ତି । ତୁରନ୍ତ ୟେ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ସେହିପରି କାଳୁପଡ଼ା ଘାଟ ଇଣ୍ଡିଆନ ବ୍ୟାଙ୍କ ପରିସରରେ ମଧ୍ୟ ଜନଗହଳିକୁ ଲଗାମ ଦେଇଛି ଟାଙ୍ଗୀ ପୋଲିସ ବର୍ତ୍ତମାନ ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର କୋଭିଡ ପଜିଟିଭ ଥାଇବି ବ୍ୟାଙ୍କ କର୍ମଚାରୀଙ୍କର ଅବହେଳା ଯୋଗୁଁ ରହୁନାହିଁ ସାମାଜିକ ଦୂରତା ସ୍କ୍ୱାର୍ଡ ଟିମ୍ ଚଢ଼ାଉ କରି ବ୍ୟାଙ୍କ କର୍ମଚାରୀଙ୍କୁ ତାଗିଦ ମଧ୍ୟ କରିଛି।ଯାହାକି ଅଞ୍ଚଳବାସୀ ପୋଲିସ ର କାର୍ଯ୍ୟକଳାପ କୁ ଧନ୍ୟବାଦ ଜଣାଇଛନ୍ତି।