କଣ୍ଟେନମେଣ୍ଟ ଜୋନ୍ ରେ ଚିଲିକା ଦମକଳ ବିଭାଗ ତରଫରୁ ସାନିଟାଇଜ

ଟାଙ୍ଗୀ:-୧୭/୦୫(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ତଥା ଚିଲିକା ତହସିଲ ଅନ୍ତର୍ଗତ ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳର କଳକଳେଶ୍ୱର ପଞ୍ଚାୟତର ଦୁଇଟି ଗ୍ରାମକୁ ଉପଜିଲ୍ଲାପାଳ ଖୋର୍ଦ୍ଧା ୧୦ଦିନିଆ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। କଳକଳେଶ୍ୱର ପଞ୍ଚାୟତ ସରପଞ୍ଚ ଅସିତ୍ ନାଥଙ୍କ ସୂଚନା ଅନୁଯାୟୀ ରାଜେନ୍ଦ୍ରପୁର ଏବଂ ଉଆସପଦର ଦୁଇଟି ଗ୍ରାମରେ କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ସହ ଗୋଷ୍ଠୀ ସଂକ୍ରମଣ ଭୟରେ ଦୁଇଟି ଗ୍ରାମକୁ ନିଷିଦ୍ଧାଅଞ୍ଚଳ ଭାବରେ ଘୋଷଣା କରାଯାଇଛି।ଅପରପକ୍ଷରେ ରାଜେନ୍ଦ୍ରପୁର ଗ୍ରାମରେ ବର୍ତ୍ତମାନ ୫ ଜଣ କୋଭିଡ ପଜିଟିଭ ରୋଗୀ ରହିଥିବା ବେଳେ ଉଆସପଦର ଗ୍ରାମରେ ଜଣେ ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଏବଂ ୬ ଜଣ ଆକ୍ରାନ୍ତ ହୋମ୍ ଆଇସୋଲେଶନ ରହିଛନ୍ତି।ଯାହାକି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।ସରପଞ୍ଚ ଅସିତ୍ ନାଥଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଖୋର୍ଦ୍ଧା ଗୋଷ୍ଠୀ ସଂକ୍ରମଣ କୁ ରୋକ ଦେବାକୁ କଣ୍ଟେନମେଣ୍ଟ ଜୋନ୍ ସହ ପ୍ରବେଶ ନିଷେଧ ଘୋଷଣା କରିଛନ୍ତି।ନିର୍ଦେଶ ମୁତାବକ ଟାଙ୍ଗୀ ଦମକଳ ବିଭାଗ ପକ୍ଷରୁ ସରପଞ୍ଚ ଅସିତ୍ ନାଥଙ୍କ ସହଯୋଗରେ ସୋମବାର ପୂର୍ବାହ୍ନରେ ଦୁଇଟି ଗ୍ରାମକୁ ସମ୍ପୂର୍ଣ୍ଣ ସାନିଟାଇଜ କରିଛନ୍ତି।କିନ୍ତୁ ସୂଚନା ମୁତାବକ ଉଆସପଦର ଗ୍ରାମ କୋଭିଡ ଆକ୍ରାନ୍ତ ଙ୍କର ଘର ନିକଟରେ ଉଆସପଦର ଛକ ନିକଟରେ କିଛି ଦୋକାନୀ ନିଜର ଦୋକାନ ଖୋଲି ନିର୍ଭୟରେ ବ୍ୟବସାୟ କରିବା ସହ ସଙ୍ଘବଧ ଭାବରେ ଗୁଲି ଖଟି କରୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।ୟେ ବିଷୟରେ ସରପଞ୍ଚ କହିଥିଲେ କି ସେମାନଙ୍କୁ ତାଗିଦ ହୋଇଛି ଦୋକାନ ବନ୍ଦ କରିବା ପାଇଁ ଯଦି ଅମାନ୍ୟ ହୋଇ ଦୋକାନ ଖୋଲିବେ ତ ନିଶ୍ଚିତ ଭାବରେ ପୋଲିସ ଲଗେଇ ଦୋକାନ ସିଲ୍ ସହ ଜୋରିମାନା ଆଦାୟ କରାଯିବ ଏବଂ ଆବଶ୍ୟକ ସ୍ଥଳେ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଅଧିକ ନମୁନା ସଂଗ୍ରହ ସହ କୋଭିଡ ଟେଷ୍ଟ କରାଯିବ।