ଗୁଜୁରାଟରେ ବ୍ଲାକ୍ ଫଙ୍ଗସ୍ ର କାୟା, ୧୦୦ରୁ ଅଧିକ ରୋଗୀ ଚିହ୍ନଟ

ଗୁଜୁରାଟ,୧୧/୦୫: କୋଭିଡ୍ ଭାଇରସ୍ ର ନୁତନ ଷ୍ଟ୍ରେନ୍ ଏବେ ଚିନ୍ତାର କାରଣ ପାଲିଟିଛି ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ଏପରିକି ସୁସ୍ଥ ହେବାରେ ମଧ୍ୟ ପିଛା ଛାଡୁନି ଏହି ମାରାତ୍ମକ ଭାଇରସ୍ । ବିଭିନ୍ନ ରାଜ୍ୟରେ ଏହା ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍ ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ସେମାନଙ୍କର ଚିକିତ୍ସା ପାଇଁ ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି । ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି ୫ହଜାର ଆଣିବାକୁ ସରକାର ୩.୧୨ କୋଟି ଟଙ୍କା ଦେବେ ବୋଲି ସୁଚନା ମିଳିଛି । ଏହା ଫଙ୍ଗାଲ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯିବ ।