ଟାଙ୍ଗୀ,୦୯/୦୫(ବିନୁ ଦାସ୍):- ଚିଲିକାରେ ଚାଲିଥିଲା ବେଆଇନ ପକ୍ଷୀ ଶୀକାର, କରୋନା କାଳରେ ବନ୍ଧୁକ ମୁନରେ ଡଙ୍ଗା ସାହାଯ୍ୟରେ ପକ୍ଷୀ ଶୀକାର କରୁଥିବା ବେଳେ ମାଡି ବସିଲା ଟାଙ୍ଗି ବନ୍ୟପ୍ରାଣୀ ବିଭାଗ । ଗୋଟିଏ ଦେଶୀ ବନ୍ଧୁକ ସହ ନଗଦ ଗୁଳି-ଗୁଳା ଏବଂ ୮ ଟି ମୃତ ୧ ଜୀବନ୍ତ ବିଦେଶୀ ପକ୍ଷୀ ଜବତ ସହିତ ୨ ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ । ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଓକିଲ ଖାଁ ଏବଂ ଶେଖ ଅନୱାରଙ୍କ ଠାରୁ ୨୦୦ ଗୁଳି ଏବଂ ବନ୍ଧୁକ ସହ ଗନ୍ ପାଉଡର ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ।ବର୍ତ୍ତମାନ ସୁଦ୍ଧା ପକ୍ଷୀ ଶିକାରୀ କୋର୍ଟ ଚାଲାଣ ହୋଇନଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡ଼ାରାଣୀ ମୂର୍ମୁଙ୍କର ନେତୃତ୍ୱରେ ଅତର୍କିତ ଚଢ଼ାଉ କରି ସଫଳତା ମିଳିଛି ବୋଲି ଗଣ ମାଧ୍ୟମ କୁ ସୂଚନା ମିଳିଛି।