ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ବିଳମ୍ବତା ଏବଂ ପକ୍ଷପାତିତା କାହିଁକି???

ଟାଙ୍ଗୀ,୦୮/୦୫ (ବିନୁ ଦାସ୍): କରୋନା ରେ ସାମ୍ବାଦିକ ମାନଙ୍କର ଅକାଳରେ ମୃତ୍ୟୁ ହେବା ପରେ ସାମ୍ବାଦିକଙ୍କୁ ଟିକା ଦିଆଯିବା ନେଇ ସାରା ରଜ୍ୟରୁ ଦାବି ଉଠିଥିଲା । ସାମ୍ବାଦିକ ମାନେ କୋଭିଡ ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସରକାର ରାଜ୍ୟ ସାରା ସାମ୍ବାଦିକଙ୍କ ପାଇଁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଏ ନେଇ ଅତିରିକ୍ତ ମୁଖ୍ୟ ସଚିବ ପି କେ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ତେବେ କେବଳ ସରକାରୀ ଅଧିସ୍ବୀକୃତ (ଆକ୍ରିଡିଟେଡ୍) ସାମ୍ବାଦିକଙ୍କୁ ଟିକା ଦିଆଯିବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି।


ଚିଠି ନମ୍ବର ୧୩୪୦୨ (ତାରିଖ ୪ ମେ ୨୦୨୧) ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ଏହି ଟିକାକରଣ କାର୍ଯ୍ୟକୁ ଲୋକ ସମ୍ପର୍କ ଅଧିକାରୀ ପରିଚାଳନା କରିବେ। ଚିଠିକୁ ଅତି ଗୁରୁତର ସହକାରେ ବିବେଚନା କରି ସାମ୍ବାଦିକମାନଙ୍କୁ ତୁରନ୍ତ ଟିକାଦେବାକୁ ଚିଠିରେ ଉଲ୍ଲେଖ ରହିଛି। ତେବେ ଆକ୍ରିଡିଟେଡ୍‌ ହୋଇନଥିବା ବହୁ ସାମ୍ବାଦିକ ଏ ସୁବିଧାରୁ ବଞ୍ଚିତ ହେଉଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟର ସାମ୍ବାଦିକମାନଙ୍କୁ କୋଭିଡ୍‌ ଯୋଦ୍ଧା ବୋଲି ଘୋଷଣା କରିଥିବା ବେଳେ ଏ ଘୋଷଣା କେବଳ ଆକ୍ରିଡିଟେଡ୍‌ ସାମ୍ବାଦିକଙ୍କ ପାଇଁ ବୋଲି ସ୍ପଷ୍ଟ କରିନଥିଲେ।
ସେହି ଆଧାରରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କୁ ଟୀକାକରଣ କରାଗଲାଣି , ମାତ୍ର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ମେଡିକାଲ ରେ ସାମ୍ବାଦିକ ମାନଙ୍କୁ ଏଯାବତ କୋଭିଡ ଟୀକାକରଣ ହୋଇ ନଥିବାରୁ ସାମ୍ବାଦିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାମ୍ବାଦିକ ମାନଙ୍କୁ ତୁରନ୍ତ ଟୀକାକରଣ ପ୍ରଦାନ କରିବାକୁ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ସଭାପତି ରବୀନ୍ଦ୍ର କୁମାର ରଣା ଏବଂ ସଂପାଦକ ସନ୍ତୋଷ ଚୈ।ଧୁରୀ ଏକ ଦାବୀ ପତ୍ର ଟାଙ୍ଗୀ ମେଡିକାଲ ସୁପରିନଟେଣ୍ଡେଣ୍ଟ କୁ ଦିଆଯାଇଛି ।


କୋଭିଡ୍‌ ସମୟରେ ସବୁଠୁ ଅଧିକ ସଚଳ ଥିବା ଓ୍ବେବ୍‌ ପୋର୍ଟାଲ୍‌‌ଗୁଡ଼ିକରେ କାର୍ଯ୍ୟରତ ଅଧିକାଂଶ ସାମ୍ବାଦିକ ଆକ୍ରିଡିଟେଡ୍‌ ହୋଇ ନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ବହୁ ଖବରକାଗଜ ଓ ଟିଭି ସାମ୍ବାଦିକ ଏଯାଏଁ ସରକାରୀ ସ୍ବୀକୃତି ପାଇନାହାନ୍ତି। ତେଣୁ ପ୍ରତ୍ୟେକ ସାମ୍ବାଦିକ ତଥା କୋଭିଡ ଯୁଦ୍ଧ ର ଆଗ ଧାଡିର ଏହି ଯୋଦ୍ଧା ମାନଙ୍କୁ ତୁରନ୍ତ କୋଭିଡ ଭ୍ୟାକ୍ସିନ ଟୀକା ପ୍ରଦାନ କରିବା ପାଇଁ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଦାବୀ କରାଯାଇଛି ।