କାଳୁପଡ଼ା ଘାଟ,୦୬/୦୫(ବିନୁ ଦାସ) :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଲକଡାଉନ ପ୍ରଭାଵ ହୀନ ଭଳି ଦେଖିବାକୁ ମିଳୁଛି।ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଥାନାଠାରୁ ଅନତିଦୂରରେ ଟାଙ୍ଗୀ ତଳ ଛକ ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ବ୍ୟତୀତ ନିୟମ ଅନ୍ୟ ଦୋକାନ ଖୋଲା ରହିଛି। ସେହିଭଳି କାଳୁପଡ଼ା ଘାଟ ଅଞ୍ଚଳରେ ଲୋକମାନଙ୍କର ଯିବାଆସିବା ଲାଗି ରହିଛି।ପୋଲିସ ପେଟ୍ରୋଲିଂ ଦେଖିବାକୁ ମିଳୁନାହିଁ।ଏପରିକି କାଳୁପଡ଼ା ଘାଟ ଅଞ୍ଚଳରେ ଥିବା ଆଲ୍ଲାହବାଦ୍ ବ୍ୟାଙ୍କ ବା ଇଣ୍ଡିଆନ ବ୍ୟାଙ୍କ ପରିସର ଛତୁ ଫୁଟିଲା ଭଳି ଜନ ଗହଳି ଲାଗି ରହିଛି।ଏ ବିଷୟରେ ଆମେ ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ଙ୍କର ମତାମତ ଲୋଡି ସାମାଜିକ ଦୂରତା ରକ୍ଷା କରିବାକୁ ଲୋକମାନଙ୍କୁ ବ୍ୟାଙ୍କ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲୁ ଏବଂ ଲୋକମାନେ କହିଥିଲେ କି ବ୍ୟାଙ୍କ ପରିସର ବାହାରେ ପ୍ରବଳ ଖରା ହେଉଛି ତେଣୁ ଆମେ କେଉଁଠି ରାସ୍ତାରେ ଛିଡାହେବୁ।ଏ ବିଷୟରେ ଆମେ ବ୍ୟାଙ୍କ ମ୍ୟାନେଜର ଙ୍କର ସହଯୋଗ ଏବଂସ୍ଥାନୀୟ ଟାଙ୍ଗୀ ଥାନାର ସହଯୋଗ ନେବାକୁ ଅନୁରୋଧ କରିଥିଲୁ ଏପରିକି ଆମେ ଟୋକନ ବ୍ୟବସ୍ଥା କରି ଗ୍ରାହକ ଙ୍କୁ ଲାଇନରେ ଛାଡିବାକୁ କହିଥିଲେ ବି ବ୍ୟାଙ୍କ ମ୍ୟାନେଜର କୌଣସି ପ୍ରକାରେ ସହଯୋଗ କରୁନାହାନ୍ତି ଯାହାକି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଅଭିଯୋଗ କରିଛନ୍ତି।ସେହିଭଳି କାଳୁପଡ଼ା ଘାଟ ଶେକ ଦୋକାନ ଗୁଡିକରେ ବାହାର ଲୋକ ଆସି ବଜାର ଅଞ୍ଚଳରେ ଗହଳି କରିବା ଏବଂ ଶେକ ଦୋକାନ ଭିତରେ ଭିଡ଼ ସୃଷ୍ଟି କରୁଛନ୍ତି।ଯାହା ଫଳରେ କେଉଁ ଲୋକ କରୋନା ମହାମାରୀ ବାହକ ନହେବ କହି ହେଉନି।ସେହିଭଳି ଉପଜିଲ୍ଲାପାଳ ଖୋର୍ଦ୍ଧା ଚିଲିକା ବ୍ଲକ ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳର ତାରିମୀ ଗ୍ରାମକୁ ୧୦ ଦିନିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କେବଳ କାଗଜପତ୍ର ରେ ଚାଲିଛି।ନା ଅଛି ପୋଲିସ ବାହିନୀର ପେଟ୍ରୋଲିଂ ନା ଅଛି ଗ୍ରାମବାସୀଙ୍କର ସଚେତନତା ନିୟମ କୁ ଫୁ କରି ତାରିମୀ ଗ୍ରାମର ଶତାଧିକ ଲୋକ ବିଭିନ୍ନ ବାହାନାରେ ସକାଳୁ ରାତି ଯାଏଁ ବୁଲୁଛନ୍ତି।ଯାହାକି ନିନ୍ଦନୀୟ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।ଚିଲିକା ତହସିଲ ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳରେ ପ୍ରାୟତଃ ବାହାର ଲୋକ ଚଳାଚଳ କରୁଥିଲେ ବି ସ୍ଥାନୀୟ ପୋଲିସର ଭୂମିକା ଅତ୍ୟନ୍ତ ଦୁଃଖଦ।ଯାହାକି ବଜାର ଅଞ୍ଚଳରେ ବଜାରିଆ ଲୋକଙ୍କ ଭିଡ଼ ରହୁଛି।ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ପରିସ୍ଥିତି ନିୟନ୍ତ୍ରଣ ଭୟଙ୍କର ହୋଇପାରେ କାରଣ କାଳୁପଡ଼ା ଏବଂ ଟାଙ୍ଗୀ ଅଞ୍ଚଳରେ ବିଭିନ୍ନ ଗ୍ରାମରେ କରୋନା ସଂକ୍ରମିତ ବଢ଼ିବାରେ ଲାଗିଛି।ପୋଲିସ ର ଦାୟିତ୍ୱ ହୀନତା ଏବଂ ଜନ ସାଧାରଣ ଙ୍କର ସଚେତନତା ଅଭାବ ଯେ ପରିସ୍ଥିତି ଭୟଙ୍କର ନହେବ କିଏ କହିବ । ଆଶାକରୁ ଏ ଦିଗରେ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ଅନୁରୋଧ .