କାଳୁପଡ଼ା ଘାଟ,୨୯/୦୪(ବିନୁ ଦାସ):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ରେଳବାଇ ବଜାର ନିକଟରେ ଥିବା ଟ୍ରାନ୍ସଫର୍ମର ପାଖରେ କୌଣସି ଦୁର୍ବୁର୍ତ୍ତ ନିଆଁ ଲଗାଇ ଦେଇଛି।ଯାହା ଫଳରେ ଘଟଣା ସ୍ଥଳରେ ଟାଙ୍ଗୀ ଦମକଳ ବିଭାଗ ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଆୟତ କରିଛି।ପ୍ରାପ୍ତ ସୂଚନା ମୁତାବକ କାଳୁପଡ଼ା ଘାଟ ରେଳବାଇ ଷ୍ଟେସନ ନିକଟରେ ଥିବା ରେଳବାଇ ବଜାର ଅନ୍ତର୍ଗତ ଦୁର୍ଗା ବଜାର ଏବଂ ଗଣେଷ ବଜାରର କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଟ୍ରାନ୍ସଫର୍ମର ବସିଥିବା ପରିସରକୁ ଅଳିଆ ଗଦା କରିଛନ୍ତି।ଗତବର୍ଷ ଏହି ଖରାଦିନେ ଏପ୍ରିଲ ୨୭ ତାରିଖରେ ଥରେ ଅଗ୍ନିକାଣ୍ଡ ଘଟିଥିଲା।ସେହି ନିଆଁ କୁ ସ୍ଥାନୀୟ ବଜାରର କିଛି ବ୍ୟବସାୟୀ ଲିଭାଇବା ସହ ଦୋକାନୀଙ୍କୁ ତାଗିଦ କରିଥିଲେ।ଏପରିକି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଟିପିସିଏଲ ଟାଟା ପାୱାର ର ଜନୈକ ଯନ୍ତ୍ରୀ ଦୀପ୍ତି ରଞ୍ଜନ ଙ୍କର ଦୃଷ୍ଟି ବାରମ୍ବାର ଆକର୍ଷଣ କରାଯାଇଥିଲେ ବି ଯନ୍ତ୍ରୀ ନିରବ ରହିଥିଲେ।ଯାହା ଫଳରେ ଅସାଧୁ ବ୍ୟବସାୟୀ ମାନେ ପୁଣିଥରେ ଆଳିଆଗଦା କରିବାର ମୌକା ନେଇ ପ୍ରତିଦିନ ନିଜର ଅବ୍ୟବହୃତ ଜିନିଷ ଫୋପାଡ଼ି ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲେ।ବାରମ୍ବାର ବିଦ୍ୟୁତ ବିଭାଗ ଟାଙ୍ଗୀ ନିରବ ରହିବା ଏବଂ ଦୋଷୀ ଙ୍କର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ଗୁରୁବାର ପୂର୍ବାହ୍ନ ଏଗାର ତିରିଶ ସମୟ ବେଳକୁ ଟ୍ରାନ୍ସଫର୍ମର ପରିବେଶ ନିଆଁମୟ ହୋଇଥିଲା।ଟ୍ରାନ୍ସଫର୍ମର ପରିସରରେ ଦେଖିବାକୁ ମିଳିଥିଲା କିଛି ଶେକ ଦୋକାନୀଙ୍କ ଶେକ କନା, ପରିବାଗଦା,ପିଆଜ ଚୋପା,ଔଷଧ ଖୋଳ ଏହିଭଳି ବିଭିନ୍ନ ଜିନିଷ ପଡି ଅଳିଆ ଗଦା ସୃଷ୍ଟି ହୋଇଛି।ସ୍ଥାନୀୟ ଦୋକାନୀ ଯୁବ ସାମ୍ବାଦିକ ବିନୁ ଦାସ୍ କହିଛନ୍ତି ଯେ ଚାରି ପାଞ୍ଚଟି ଦୋକାନୀ ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି।ଯଦି ବିଭାଗୀୟ ଅଧିକାରୀ ଦୋଷୀ ଦୋକାନୀଙ୍କର ଉପରେ ଆଇନଗତପଦକ୍ଷେପ ନନେବେ ତ ଆଗକୁ ବଡ଼ ଅଗ୍ନିକାଣ୍ଡ ଘଟିପାରେ।ସୁଚେଇଦେବାକୁ ଚାହୁଁ ଯେ ରେଳବାଇ ବଜାର ଟ୍ରାନ୍ସଫର୍ମରଟି ରେଳଷ୍ଟେସନ ସହ ବଜାର ଅଞ୍ଚଳରେ ବିଦ୍ୟୁତ ସରବରାହ କରୁଛି।