ଭୁବନେଶ୍ବର,୨୭/୦୪: ଆଜିର ଦିନରେ ମୋଟର ଯାନ ଆଇନକୁ ପରିବର୍ତ୍ତନ କରି କଟକଣା ସହିତ INSURANCE , ପଲ୍ୟୁସନ , ହେଲମେଟ, ଡ଼ିଏଲ, ଇତ୍ଯାଦିକୁ ଗୁରୁତ୍ଵ ଦିଆ ଯାଉଥିବା ବେଳେ କତୃପକ୍ଷଙ୍କୁ Clean Chit ଦିଆଯାଉଛି କାହା ଇଙ୍ଗିତରେ ଆଇନ ତିଆରି ଅବା ଏହାର ପରିବର୍ତ୍ତନ ଦଳୀୟ ସ୍ଵାର୍ଥ ଉଦ୍ଦେଶ୍ୟ ରେ ତିଆରି କରାଯାଇ ସାଧାରଣଙ୍କୁ ବୋଝ ଉପରେ ଲଲିତା ବିଡା ପରି ମାଡ ମରା ଯାଉଛି । ଏବେ ଯାହା ସବୁ ଦୁର୍ଘଟଣା ଘଟୁଛି ସେ ମଧ୍ୟରୁ ୮୦% ହେଉଛି ରାସ୍ତାର କୁଶଳୀକରଣ ଅଭାବରେ । ଠିକା ସଂସ୍ଥାର ମନମାନି ଯନ୍ତ୍ରୀମାନଙ୍କ ପକେଟ ଗରମ, ଅନ୍ୟ ଉଦ୍ଦେଶ୍ୟ ସାଧିତ କରି ଜନ ପ୍ରତିନିଧି ମାନଙ୍କ ନାଲି ଆଖି ଦେଖାଇ ସାଧାରଣଙ୍କୁ ଚୁପ କରାଯାଉଛି । ବିଭିନ୍ନ ସ୍ଥାନ ରେ ଉପଯୁକ୍ତ ଜ୍ଞାନ କୌଶଳ ଅଭାବ ବା ଅଣଦେଖାରେ Diverson ହେଉ ଅବା ପୂର୍ବ ସତର୍କ ସୂଚନା ଅଭାବ ହେଉ ।
ଏ ସବୁ ହେଉଛି ଦୁର୍ଘଟଣା ର ପ୍ରମୁଖ କାରଣ । ଠିକା ଦାରଙ୍କ କୌଶଳ ଉପଯୋଗ ପାଇଁ ସରକାରୀ ଅଧିକାରୀ ଜାଣିଶୁଣି ଚୁପ ହୋଇ ରହୁଥିବାରୁ ଦୁର୍ଘଟଣାରେ ସାଧାରଣ ମାନେ ଜୀବନ ହାରୁଥିବାରୁ ରାଜପଥ ମାନଙ୍କ ରେ ଯାତାୟାତ ଦୁର୍ବିସହ ହୋଇଗଲାଣି ।
ସୂଚନା ଥାଉ କି ଆଜି ପୂର୍ବାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ବଡପୋଖରିଆ ଛକରେ ଦୁର୍ଘଟଣା ଘଟି ଦୁଇ ନିରୀହ ଜୀବନ ଯାଇଥିବା ବେଳେ ବର୍ତ୍ତମାନ ସୂଚନା ମୁତାବକ ବାଲୁଗାଁରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବାବେଳେ ବଡପାରି ଜାତୀୟ ରାଜପଥ ୧୬ ପାର୍ଶ୍ଵ ଡିଭାଇଡରରେ ପିଟି ହୋଇ ବାଇକ ଆରୋହି ଗୁରୁତ୍ଵର ହୋଇଛନ୍ତି , ଘଟଣା ସ୍ଥଳରେ ଟାଙ୍ଗୀ ଥାନା ପୁଲିସ ବାହିନୀ ସଦଳବଳେ ପହଞ୍ଚି ପ୍ରଥମେ ଆହତ ବ୍ୟକ୍ତିଙ୍କୁ ଟାଙ୍ଗୀ ଡାକ୍ତରଖାନା ନେଇଥିଲେ ଓ ସେଠାରେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ AIIMS କୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି ।