ଆକ୍ସନ ମୁଡ଼୍ ରେ ବାଲୁଗାଁ ଏସଡିପିଓ, ଚଣ୍ଡେଶ୍ୱର ଚୋରା ପଥରଖଣି ଉପରେ ଚଢ଼ାଉ ଗୋଟିଏ ପୋକ୍ଲେନ ଚାରି ହାଇୱା ଜବତ

କାଳୁପଡ଼ା ଘାଟ,୨୧/୦୪ (ବିନୁ ଦାସ) – ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଏବଂ ଚିଲିକା ତହସିଲ ତଥା ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମାସିକିଆ ବଟି ଦେଇ ଚୋରା ଖଣି ଖନନ ବର୍ଷ ବର୍ଷ ଧରି ଚାଲିଛି। ଏପରିକି ବିଭିନ୍ନ ସମୟରେ ଚୋରା ପଥର ଖଣି ବନ୍ଦ କରିବାକୁ ଏବଂ ଖଣିମାଫିଆ ଙ୍କୁ ଲଗାମ ଦେବାକୁ ଟାଙ୍ଗୀ ତହସିଲଦାର ଙ୍କ ପକ୍ଷରୁ ବାରମ୍ବାର ଚଢ଼ାଉ ବି ହେଉଛି। ପୁଣି କେତେବେଳେ ଖଣିମାଫିଆ ଙ୍କର ଟାର୍ଗେଟରେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ମଧ୍ୟ ଆକ୍ରମଣ ର ଶିକାର ହେଉଛନ୍ତି ହେଲେ ଦିନକୁ ଦିନ ଖଣି ଲୁଟ ବ୍ୟାପକ ହେଉଛି। ପ୍ରଶାସନିକ ଅଧିକାରୀମାନେ କେଉଁଠି ବ୍ୟାପକ ଧରପଗଡ଼ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀ ଙ୍କୁ ହାତ କରି ତହସିଲଦାର ଟାଙ୍ଗୀଙ୍କର ଗତିବିଧି ଦେଖି ଆଖିବୁଜି ଲୁଟୁଛନ୍ତି ସ୍ଥାନୀୟ କିଛି ପଥର ମାଫିଆ। ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ବଜାର ନିକଟସ୍ଥ କୁହୁଡି ତଲଗଡ଼ ମୌଜା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ମାଙ୍କଡ଼ା ପଥର ଖୋଳି ବଡ଼ ବଡ଼ ପୋଖରୀ ସୃଷ୍ଟି କଲେଣି। ସୂଚନାଯୋଗ୍ୟ ଯେ ଏହି ଜମି ଗୁଡିକ ସରକାରୀ ଜମି ହୋଇଥିବା ବେଳେ ଗୋଚର ଜମି ମଧ୍ୟ ରହିଛି । ସ୍ଥାନୀୟ କୁହୁଡ଼ି, ଚଣ୍ଡେଶ୍ୱର ଅଞ୍ଚଳର କିଛି ରାଜନେତା ଆଉ କିଛି ମୁଷ୍ଟିମେୟ ବ୍ୟକ୍ତି ସହ ଅସାଧୁ ବ୍ୟକ୍ତି ଏହି ଖଣିଲୁଟ ରେ ସାମିଲ।ଆଜି ବୁଧବାର ପୂର୍ବାହ୍ନରେ ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଟାଙ୍ଗୀ ପୋଲିସ ଏବଂ ଟାଙ୍ଗୀ ତହସିଲଦାରଙ୍କ ମିଳିତ ଚଢ଼ାଉ ସମୟରେ ଚଣ୍ଡେଶ୍ୱର ତଲଗଡ଼ ମୌଜା ଅନ୍ତର୍ଗତ ଏକ ଖଣିରେ ଚଢ଼ାଉ ସମୟରେ ଗୋଟିଏ ପୋକ୍ଲେନ ସହ ଚାରିଗୋଟି ହାଇୱା ଜବତ କରିଛନ୍ତି ଯାହା ଫଳରେ ଅଞ୍ଚଳବାସୀ ବାଲୁଗାଁ ଏସ୍ ଡ଼ି ପି ଓ ମାନସ ରଞ୍ଜନ ବାରିକଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଅପରପକ୍ଷରେ ଜବତ ହୋଇଥିବା ଗାଡି ଗୁଡ଼ିକ ଜାତୀୟ ରାଜପଥ ୧୬ ନିର୍ମାଣ ପାଇଁ ଆସିଥିବା ଏଆଇପିଏଲ କମ୍ପାନୀର ଗାଡି ବୋଲି ଜଣାପଡିଛି। ପ୍ରଥମେ ଏହି କମ୍ପାନୀ ରାଜପଥରେ ନାଲି ଗୋଡି ପକେଇ ରାସ୍ତା କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହି ନାଲି ଗୋଡି ବହାରିସାରିଲେ ପଥର କଟା ହୋଇ ବିକ୍ରି ହୋଇଥାନ୍ତା । ପ୍ରଶାସନିକ ଅଧିକାରୀ ଙ୍କୁ ସୁଚେଇଦେବାକୁ ଚାହୁଁ ଯେ ଏହି ପଥର ଗୁଡ଼ିକ କାଟି ବିକ୍ରି କରିବାକୁ ଯୋଜନା କରୁଥିବା ସ୍ଥାନୀୟ ଖଣି ମାଫିଆଙ୍କ ବିରୋଧରେ କେବେ ଲାଗିବ ଲଗାମ ଏବଂ କେବେ ହେବ ଖଣି ମାଫିଆଙ୍କ ଗିରଫଦାରୀ ତାହେଲେ ଯାଇ ଖଣି ଲୁଟ କମିବାର ଆଶା ନଚେତ ଆଗାମୀ ବର୍ଷେ ମଧ୍ୟରେ ଆଉ ଖଣ୍ଡେ ପଥର ବି ଦେଖିବାକୁ ମିଳିବନି। ଆମର ବାଲୁଗାଁ ଏସ୍ ଡି ପିଓ ମାନସ ରଞ୍ଜନ ବାରିକଙ୍କୁ ଅନୁରୋଧ ଏ ଦିଗରେ ଅନୁସନ୍ଧାନ କଲେ ନିଶ୍ଚିତ ଭାବରେ ଖଣି ମାଫିଆଙ୍କ ସହ ସମ୍ପୃକ୍ତ କର୍ମଚାରୀ ଧରାହେବେ।