ବାଣପୁର,୧୪/୦୪ : ଜନତାଙ୍କ ଟିକସକୁ ଦରମା ବୋଲି ବୁଝିନେଉଥିବା ସରକାରୀ ଚାକର ମାନେ ନିଜକୁ ଜନସାଧାରଣଙ୍କ ବସ ବୋଲି ଭବିନିଅନ୍ତି । ଅସିମିତ ଖର୍ଚ୍ଚରେ ପ୍ରତିଷେଧକ ବ୍ୟବସ୍ଥାକୁ ସରକାର ହାତେଇ ନେଇଥିବା ବେଳେ ଏହାର କାର୍ଯ୍ୟକାରୀ ସେବକ ମାନେ ମାଲିକମାନଙ୍କୁ ନାଲି ଆଖିଦେଖାଇ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଉଛନ୍ତି ।
ବାଣପୁର ଡାକ୍ତରଖାନାରେ ପ୍ରତିଷେଧକ ଟୀକାକରଣ କେନ୍ଦ୍ରରେ ତାଲା ଝୁଲାଇ ଦେଇ ଜନସାଧାରଣଙ୍କୁ ହଇରାଣ ହରକତ କରାଇ ଆନନ୍ଦ ଉପଭୋଗ କରୁଛନ୍ତି ତଥା ସେବକ ସେବିକା ମାନେ ଏଠାରେ ସେବା ପାଇବାକୁ ଆସୁଥିବା ଲୋକମାନଙ୍କୁ ବିଭିନ୍ ବାହାନା କରାଇ ଫେରାଇ ଦେଉଛନ୍ତି । ଏହାଦ୍ବାରା ଆଜିର ଶିଶୁ କାଲିର ଭବିଷ୍ୟତକୁ ହତ୍ୟା ଉଦ୍ୟମ ହେଉଛି। ଏଠାର ପଦାଧିକାରୀ ସେବକ ମାନେ କାର୍ଯ୍ୟକାରୀ ସେବିକା ମାନଙ୍କ ତାଳେତାଳେ ଥେଇ ଥେଇ ନାଚକୁ ଅତି ପସନ୍ଦ କରୁଛନ୍ତି। ଅଧିକାରୀ ବିଲେଇ ସାଜି ଆଖିବୁଜି କ୍ଷୀର ପିଉଛନ୍ତି। ଭୁଲି ଯାଉଛନ୍ତି କର୍ତ୍ତବ୍ୟ ଓ ମାନବିକତାକୁ, ପ୍ରାଧାନ୍ଯ ଦେଉଛନ୍ତି ଗର୍ବ, ଅହଂକାର ଓ ପଦ ପଦବୀକୁ। ଏପରି କାର୍ଯ୍ୟକଳାପ ବିଶ୍ଵ ସ୍ତରୀୟ ବିପଦ ସୃଷ୍ଟି କରିପାରେ।