ଭୁବନେଶ୍ୱର,୨୫।୧: ରାଜ୍ୟର ସବୁ ସାଂସଦ ଓ ବିଧାୟକମାନଙ୍କୁ ପୋଷ୍ୟ ସ୍କୁଲ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ କରିବାକୁ ଚିଠି ଲେଖି ଅପିଲ କରିଛନ୍ତି ନବୀନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କ ସମେତ ହାଇକୋର୍ଟ ବିଚାରପତି ଓ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।