ଗୁଣପୁର,୧୩/୦୧(ସିଦ୍ଧାର୍ଥ ଦାଶ) : – ଗୁଣପୁର ରାମନାଗୁଡା ମୁଖ୍ୟ ରାସ୍ତା କୁ ଆଜି ବାଧ୍ୟହୋଇ ଅବରୋଧ କରିଥିଲେ ଚାଷୀ ଭାଇ ମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମାନଗୁଡା ବ୍ଲକ କୁଜେନ୍ଦ୍ରୀ ଠାରେ ଥିବା ଧାନ ମଣ୍ଡିରେ। ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରୟ କରିପାରିବେ ସେଥିପାଇଁ ଖୋଲା ଯାଇଛି ବିଭିନ୍ନ ମଣ୍ଡି। ହେଲେ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସାଙ୍ଗକୁ ମିଲରର୍ସଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ। ମଣ୍ଡିରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଫସଲ ନଷ୍ଟ ହେଉଥିବା, ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହା ସାଙ୍ଗକୁ ଧାନର ଗୁଣବତ୍ତା କୁ ଆଳ କରି ବ୍ୟାପକ ଅବ୍ୟବସ୍ଥା କରାଯାଉଥିବା , ପରିବହନ ବାବଦୀୟ ଖର୍ଚ୍ଚ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ଆଜି ଏଠାକାର ଚାଷୀ ଗୁଣପୁର – ରାମାନଗୁଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଗୁଣପୁର ପୋଲିସ , ଉପଖଣ୍ଡ ଯୋଗାଣ ଅଧିକାରୀ , ସମବାୟ ଓ ନିୟନ୍ତ୍ରିତ ବଜାର ସମିତି କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ଦୀର୍ଘ ସମୟ ଚାଷୀ ଓ ମିଲର୍ସ ଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।