ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ଅନଲାଇନ ଶିକ୍ଷା ଦେବ ଟିସିଏସ୍

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅନଲାଇନ ମାଧ୍ୟମରେ ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ଆଜି ଆଉ ଏକ ପାଦ ଆଗକୁ ଆଗେଇଛନ୍ତି ରାଜ୍ୟ ସରକାର। ଏଣିକି ଅଧିକ ବ୍ୟବସ୍ଥିତ ଢଙ୍ଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ online ଶିକ୍ଷା। ମାଗଣାରେ ଯୋଗାଇବ TCS। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ TCS ମଧ୍ୟରେ ରେ MoU ସ୍ୱାକ୍ଷରିତ ହୋଇଛି। ଏହା କେବଳ 214ଟି ଆଦର୍ଶ ବିଦ୍ୟାଳୟ ଓ 101 ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ। ଏହା ଦ୍ଵାରା ଛାତ୍ରଛାତ୍ରୀ ଅଧିକ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।