ଏଥର ଫୁଟିବ ନାହିଁ ବାଣ, ଖୋଲିବ ନାହିଁ ଦୋକାନ: ଘରେ ରହି ପାଳନ କରିବେ ଦୀପାବଳୀ

ଭୁବନେଶ୍ୱର,୩।୧୧: ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା । ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି। ବାଣ ଉପରେ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହୋମ ଆଇସୋଲେସନ କରୋନା ରୋଗୀ ରହୁଥିବାରୁ ବିପଦ ଆଶଙ୍କା ରହିଛି। ପାରମ୍ପରିକ ପ୍ରଥାରେ ଦୀପାବଳି ପାଳନ କରିହେବ।

ଦୀର୍ଘ ୨୧ ଦିନ ଲାଗି ଏହି କଟକଣା ବଳବତ୍ତର ରହିବ। ଯେଉଁମାନେ ନମାନି ବାଣ ଫୁଟାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍‌କୁ କ୍ଷମତା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି।

FacebookTwitterWhatsappYoutubeTelegram