ପୁରୀରୁ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତମାନେ ପୁରୀ ଜିଲ୍ଲାର। ଚିହ୍ନଟଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟାଇନରେ ଥିଲେ। ଅନ୍ୟ ଜଣକ କୁମ୍ଭାରପଡା ପୋଲିସ ଦ୍ଵାରା ଗିରଫ ଅଭିଯୁକ୍ତ। ତାଙ୍କ ଘର ନରେନ୍ଦ୍ର ପୁଷ୍କରଣୀ ଅଞ୍ଚଳର। ରବିବାର ପୁରୀ ସହରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ପିପିଲି ଓ କୋଣାର୍କର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କ ସମେତ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପୁରୀ ଏସପି ଉମାଶଙ୍କର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା କୁମ୍ଭାରପଡ଼ା ଥାନା ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଥାନାର ୩୦ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ।