ଜାତୀୟ ରାଜପଥ ଦୁର୍ଘଟଣା ପାଇଁ ଅଧିକାରୀ ଦାୟୀ !

ଭୁବନେଶ୍ୱର,୦୨।୧୦: ଭାରତବର୍ଷର ଅଗ୍ରଗତି ଆଖିଦୃଷିଆ ଥିବାବେଳେ ଏଠାକାର ଲୋକମାନଙ୍କର ଜୀବନ ସୁରକ୍ଷିତ ନୁହେଁ । ଦୁର୍ଘଟଣା ଜନିତ ମୃତ୍ୟୁମଧ୍ୟରୁ ଅର୍ଧାଧିକ ଘଟଣା ଘଟୁଛି ଜାତୀୟ ରାଜପଥରେ । ଆଜିର ଜାତୀୟ ରାଜପଥ ଯେଉଁ ପରିମାଣରେ ବିଭିନ୍ନ ପ୍ରକାରର କର ଆଦାୟ କରାଯାଉଛି ସେହି ସମାନୁପାତିକ ପରିଚାଳନା ହେଉନାହିଁ । ସାଧାରଣ ଲୋକଙ୍କ କରରେ ଜାତୀୟ ରାଜପଥର ଅଧିକାରୀ ମାନେ ଅୟସ କରୁଥିବା ବେଳେ ସାଧାରଣ ଲୋକମାନେ ମରଣଜନ୍ତାର ଶିକାର ହୋଇ ସର୍ବଶ୍ୱାନ୍ତ ହେଉଛନ୍ତି । ରୋଡର କୌଣସି ଖରାପ କାର୍ଯ୍ୟ ପାଇଁ ଦାୟୀତ୍ୱରେ ଥିବା ଯନ୍ତ୍ରୀ ମାନଙ୍କୁ ଉତ୍ତରଦାୟୀ କରାନଯାଇ ବାରମ୍ବାର ମରାମତି କାମ କରାଯାଇ ସମାନୁପାତିକ ଭାବେ କମିଶନ କାରବାରର ଫାଇଦାବାନ ହେଉଛନ୍ତି ଅଧିକାରୀ ମାନେ । ରୋଡ ଦୁର୍ଘଟଣା ପାଇଁ କର୍ତ୍ତୂପକ୍ଷଙ୍କର କ୍ଷୟକ୍ଷତି ଭରଣାପାଇଁ ଉତ୍ତରଦାୟୀତ୍ୱ ରହିଲେ ସେମାନେ ବିଭାଗୀୟ ତତ୍ପରତା ପ୍ରକାଶ କରିପାରନ୍ତେ । NH ରେ ବିଭିନ୍ନ ଯାଗାରେ ଖାଲ ଖମା ସୃଷ୍ଟି ହେଉଥିବାରେ ଯାନ ବାହାନ ଯାତାୟତ ସୁଗମ ହୋଇ ପାରୁ ନାହିଁ, ଫଳରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ଆଜିର ଯୁଗରେ NH ରେ Zero Accident Zone କୌଣସି ପ୍ରକାର ପ୍ରତିକାରତ୍ମକ ବ୍ୟବସ୍ଥା କରାଯାଉନାହିଁ । NH ଉପରେ ଜବରଦଖଲ କାରୀ ମାନଙ୍କ ଠାରୁ ଲାଭବାନ ହୋଇ ସମ୍ଫୃକ୍ତ ଅଧିକାରୀମାନେ ନିଜର ଉତ୍ତରଦାୟୀତ୍ୱକୁ ସୁଚାରୁ ରୂପେ ପରିଚାଳନା କରିପାରୁନାହାନ୍ତି NH ମରାମତି ବେଳେ ବିଭିନ୍ନ ସ୍ଥାନରେ Diversion ଗୁଡିକ ଉଚ୍ଚିତ ପ୍ଲାନିଂରେ ହେଉନଥିବାରୁ ତାହା ଦୁର୍ଘଟଣାର ଅନ୍ୟଏକ ଗୁରୁତର କାରଣ ଅଟେ । NH ରେ ଯାତ୍ରୀମାନଙ୍କ ସମଦ୍ଧିୟ ସୁବିଧା ସୁଯୋଗର ନିତି ନିୟମକୁ ସାର୍ବଜନୀତ ଓ ସଚେତନ କରାଗଲେ ସାଧାରଣ ଯାତ୍ରୀମାନେ ଉପକୃୃତ ହୋଇପାରନ୍ତେ ।ଏହି ସବୁ ଦିଗରୁ ଉଚ୍ଚ କତୃପକ୍ଷଙ୍କ ନଜରେ ସସ୍କାର ମୂଳକ ପଦକ୍ଷପ ମାନ ନିଆଯାଇ ଧନଜୀବନପ୍ରତି ଏକ ନିରାପଦର ପରିବେଶ ସୃଷ୍ଟି କରାଯାଉ ।