ଭୁବନେଶ୍ୱର,୦୧।୧୦: ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀମାନେ ଆଇଡି ପାଶୱାର୍ଡ ଦେଇ ନିଜ ନିଜର ଆଡମିଟକାର୍ଡ ଡାଉନଲୋଡ କରିପାରିବେ । ୩ ଟି shift ରେ ହେବ ପରୀକ୍ଷା। CBT (Computer Based Test) ମୋଡ୍ ରେ ହେବ ପରୀକ୍ଷା। ଅକ୍ଟୋବର ୧୨ ରୁ ୧୯ ଯାଏ (୧୮ ତାରିଖକୁ ଛାଡ଼ି) ଦୁଇ ଘଣ୍ଟା ଅବଧି ବିଶିଷ୍ଟ ପରୀକ୍ଷା କରାଯିବ। ସକାଳ ୯ ରୁ ୧୧, ମଧ୍ୟାହ୍ନ ୧୨ ଟା ୩୦ ରୁ ୨ ଟା ୩୦ ଓ ଅପରାହ୍ନ ୪ ଟା ରୁ ୬ ଟା ଯାଏ ପରୀକ୍ଷା ହେବ। ଅକ୍ଟୋବର ୫ ରୁ ଛାତ୍ର ଛାତ୍ରୀ ମାନେ ଆଡ଼ମିଟ୍ କାର୍ଡ ଡାଉନ୍ ଲୋଡ୍ କରି ପାରିବେ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୭୯ ହଜାର ୮ ଶହ ଛାତ୍ର ଛାତ୍ରୀ ଓଜେଇଇ ପାଇଁ ପଞ୍ଜିକରଣ କରିଛନ୍ତି। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।