ରାଜ୍ୟରେ ବିଦ୍ୟୁତ ଦରବୃଦ୍ଧି କୋଭିଡ ସମୟରେ ରାଜ୍ୟବାସୀଙ୍କ ଉପରେ ଅତ୍ୟାଚାର : ଆମ ଜନତା ଅଧିକାର

ଭୁବନେଶ୍ୱର,୨୪।୦୯: ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(OERC) ଗ୍ରୀଡ଼କୋର ରିଭ୍ୟୁ ପିଟିସନ ବିଚାର ବେଳେ ସମସ୍ତ ବିଷୟକୁ ବିଚାରକୁ ନେଇ ନିଷ୍ପତି ନେଇଥିଲେ ଉପଭୋକ୍ତାଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିନଥାନ୍ତା । ପ୍ରତି ବର୍ଷ ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନେ ବ୍ୟବହାର କରୁଥିବା ବିଦ୍ୟୁତ ୟୁନିଟ ପିଛା ମୂଲ୍ୟ କେତେ ହେବ ତାହାକୁ OERC ସ୍ଥିର କରିଥାନ୍ତି । ସେହିପରି ବିଦ୍ୟୁତ ଉତ୍ପାଦନକାରୀମାନେ କେତେ ଟଙ୍କାରେ ବିଦ୍ୟୁତ ବିକ୍ରି କରିବେ ତାହା ମଧ୍ୟ ସ୍ଥିର ହୋଇଥାଏ । ଏହି ପ୍ରକ୍ରିୟା ନଭେମ୍ବର ମାସରୁ ଆରମ୍ଭ ହୋଇଥାଏ ଏବଂ ଏପ୍ରିଲ ମାସ ମଧ୍ୟରେ ନିଷ୍ପତି ହୋଇଥାଏ । ୧୯୯୫ ମସିହାରେ ରାଜ୍ୟରେ ବିଦ୍ୟୁତ ସଂସ୍କାର କାର୍ଯ୍ୟକାରୀ ହେବା ପରେ ସ୍ଥିର କରାଯାଇଥିଲାଯେ , ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ବିଦ୍ୟୁତ ଯୋଗାଇବା ବିଦ୍ୟୁତ ସଂସ୍କାରର ମୁଳ ଲକ୍ଷ । ୧୯୯୯ ମସିହାରେ ରାଜ୍ୟସରକାର ଗ୍ରୀଡ଼କୋ ଅଧୀନରେ ଥିବା ବିତରଣ କମ୍ପାନୀ CESCO , NESCO WESCO ଓ SOUTHCO ର ୫୧% ଅଂଶଧନକୁ Reliance କମ୍ପାନୀ ଓ AES କମ୍ପାନୀକୁ ହସ୍ତାନ୍ତର କଲେ । ଏହି ଘରୋଇକରଣ ପ୍ରକ୍ରିୟାରେ ମୁଳ ଲକ୍ଷ ଥିଲାଯେ ୪୦% ATC LOSS କୁ କମାଇ ୫ ବର୍ଷ ଭିତରେ ୧୫%ରେ ରହିବ । ଘରୋଇ କମ୍ପାନୀମାନେ ସେମାନଙ୍କର କାର୍ଯ୍ୟ ଠିକଣା ଭାବରେ ନକରିବା , ଗୋଟିଏ ହେଲେ ଅର୍ଥ କମ୍ପାନୀର ଉନ୍ନତି ବା ରକ୍ଷଣା ବେକ୍ଷଣ ବାବଦରେ ଖର୍ଚ୍ଚ ନକରିବା ଫଳରେ ରାଜ୍ୟର ବିଦ୍ୟୁତ ଭିତି ଭୂମି ଦୁର୍ବଳ ହେବା ସଂଗେ ସଂଗେ ବିଦ୍ୟୁତ କ୍ଷତି (ATC LOSS ) ୪୦% ରୁ କମିବା ପରିବର୍ତେ ବଢ଼ିବାରେ ଲାଗିଲା । ବହୁ ଅର୍ଥ ରାଜ୍ୟ ବିଦ୍ୟୁତ ଗ୍ରାହକଙ୍କର ବରବାଦ ହେଲା । ଯାହାକି ରାଜ୍ୟ ସରକାରଙ୍କ ୨୦୧୦ ମସିହାର କ୍ୟାପେକ୍ସ ଅର୍ଡରରେ ସ୍ୱୀକାର କରିଛନ୍ତି ।

ଗ୍ରୀଡ଼କୋ ଏବଂ ଅନ୍ୟାନ୍ୟ ବିତରଣ କମ୍ପାନୀ , ବିଦ୍ୟୁତ ଉତ୍ପାଦନ କମ୍ପାନୀ ସେମାନଙ୍କର ଆର୍ଥିକ ଆବଶ୍ୟକତା ସଂକ୍ରାନ୍ତୀୟ ତଥ୍ୟ (ARR ) OERC ନିକଟରେ ପୈଠ କରନ୍ତି ଏବଂ ଜଣ ଶୁଣାଣି ମାଧ୍ୟମରେ OERC ସେମାନଙ୍କର ୟୁନିଟ ପିଛା ମୂଲ୍ୟ ଧାର୍ଯ୍ୟ କରିଥାନ୍ତି । ଗ୍ରୀଡ଼କୋ ର ୨୦୨୦-୨୧ ବର୍ଷ ପାଇଁ OERC ତାଙ୍କର କେଶ ନଂ-୭୧/୨୦୧୯ ର ଜନ ଶୁଣାଣି ପରେ ସ୍ଥିର କରିଥିଲେ ଯେ , ଗ୍ରୀଡ଼କୋ, CESU (TPCODL ) କୁ ୟୁନିଟ ପିଛା ୨.୬୧ ପଇସା , NESCO କୁ ୟୁନିଟ ପିଛା ୨.୯୮ ପଇସା , SOUTHCO କୁ ୟୁନିଟ ପିଛା ୧.୮୬ ପଇସାରେ ବିକ୍ରି କରିବ ଅର୍ଥାତ ହାର ହାରି ୨ ଟଙ୍କା ୭୧ ପଇସାରେ ବିକ୍ରି କରିବ । ଏହି ତାରିଫ ହିୟରିଂ ସମୟରେ OERC ପାଖରେ ଦାବି କରାଯାଇଥିଲା ଯେ , ପ୍ରତ୍ୟେକ ବିତରଣ କମ୍ପାନୀର ୪୯% ଅଂଶଧନର ମାଲିକାନା ଗ୍ରୀଡ଼କୋ ଅଧୀନରେ ଥିଲାବେଳେ ବିତରଣ କମ୍ପାନୀ NESCO WESCO , SOUTHCO ଓ CESU ଠାରୁ ୩୧/୧୨/୨୦୧୯ ସୁଦ୍ଧା ଗ୍ରୀଡ଼କୋର ୫୯୬୩.୨୧ କୋଟି ଟଙ୍କା ପାଇବାର ଅଛି କାହିଁକି ଆଦାୟ ହୋଇନାହିଁ ସେ ବିଷୟରେ ପଦକ୍ଷପ ନନେଇ ଗ୍ରାହାକଣକ ଉପର ବୋଝ ଲଦିବ ଯୁକ୍ତି ଯୁକ୍ତ ନୁହେଁ । ସେହି ଅର୍ଥ ତୁରନ୍ତ ଆଦାୟ କରି ବିଦ୍ୟୁତ ଗ୍ରାହକଙ୍କ ଉପରେ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଅଛି ତାକୁ ପ୍ରତ୍ୟାହାର କରାଯାଉ । ସେହିପରି ରାଜ୍ୟର ୨୯ଟି ଶିଳ୍ପ ସଂସ୍ଥା ଉପରେ ହାଇକୋର୍ଟ ଙ୍କ ନିର୍ଦେଶ ମତେ ୨୦୧୧ ରୁ OHPC ଯେଉଁ ୪ ହଜାର କୋଟି ଟଙ୍କା ପାଇବାର ଅଛି ତାହା ଆଦାୟ କରାଯାଉ । ତାକୁ ଆଦାୟ କରି ଗ୍ରୀଡ଼କୋର ଆର୍ଥିକ ସ୍ଥିତିରେ ସୁଧାର ଅଣା ଯାଉ । ଏହାଛଡା ATC LOSS କମାଇବାରେ ଯେଉଁ ବିତରଣ କମ୍ପାନୀ ମାନେ ରାଜ୍ୟ ସରକାରଙ୍କର Chief Secretary ଙ୍କର ନିର୍ଦେଶ ମତେ ୧୫% ATC LOSS କମାଇ ପାରିନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗ୍ରୀଡ଼କୋକୁ ଏଥିପାଇଁ ଉତ୍ତରଦାୟୀ କରାଯାଉ । ତାହାହେଲେ ବିଦ୍ୟୁତ ଗ୍ରାହକଙ୍କ ଉପରେ ଯେଉଁ ବର୍ଦ୍ଧିତ ମୂଲ୍ୟ ୨୩ /୦୯/୨୦୨୦ ଦିନ OERC ଧାର୍ଯ୍ୟ କରିଛନ୍ତି ତାର ପୁନଃନିର୍ଦ୍ଧାରଣ କରାଯାଉ ଓ ତାହାହେଲେ ମହାମାରୀ କରୋନା ସମୟରେ ବିଦ୍ୟୁତ ଗ୍ରାହକଙ୍କ ଉପରେ ତାରିଫ ବୃଦ୍ଧି ହେବାର ଆବଶ୍ୟକତା ପଡିବ ନାହିଁ । OERC ଏହାର ପୁନଃ ବିଚାର ନକଲେ ଆମ ଜନତା ଅଧିକାର ବାଧ୍ୟ ହୋଇ ହାଇକୋର୍ଟର ଆଶ୍ରୟ ନେବ ବୋଲି ଏକ ପ୍ରେସ ଇସ୍ତାହାରରେ ସଂଗଠନର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି ଏବଂ କାର୍ଯ୍ୟକାରୀ ସଦସ୍ୟ ତଥା ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ଶ୍ରୀ ରମେଶ ଶତପଥୀ ପ୍ରକାଶ କରିଛନ୍ତି ।