ଭୁବନେଶ୍ଵର,୨୩/୦୯: ସରକାରୀ ହିସାବରେ ପଞ୍ଚାୟତ ନିଜ ନିଜ ଅଧୀନରେ ଚାକ ଚିକଣ କରି ଦାମୀ ସରଞ୍ଜାମ ଲଗାଇ Quarantine Centre ପରିଚାଳନା କରିଥିଲେ । ପାଞ୍ଚାୟତରେ ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ଉପୋଭୋଗ ମଧ୍ୟ କରିଥିଲେ । ସରକାରୀ ନିର୍ଦେଶନାମାରେ Quarantine Centre ବନ୍ଦ ହେବାପରେ ସେଠାରେ ଲାଗିଥିବା ସବୁ ଦାମୀ ସରଞ୍ଜାମମାନ ଠିକଣା ହଜିଯାଇଛି । ହଜାଇ ଦିଆଯାଇଥିବା ଠିକଣାରୁ ତ୍ରାହି ପାଇବା ପାଇଁ ଅନୁଷ୍ଠାନ ଅଧିକାରୀ ଓ ସରପଞ୍ଚ ମାନଙ୍କ ମଧ୍ୟରେ ତୁ ତୁ ମେ ମେଁ ଖେଳ ଆରମ୍ଭ ହୋଇଯାଇଛି ଓ ଏହାକୁ ମିସିଂଗ ବା ଚୋରୀ ରୂପଦେଇ ଦାଇତ୍ଵରେ ଥିବା ବ୍ୟକ୍ତି ବିଶେଷମାନେ ପାଇଥିବା ଫାଇଦାକୁ ନିଜ ମୁଣ୍ଡରୁ ଓହ୍ଲାଇଦେଇ ତଥାକଥିତ ଚୋରୀ କେଶ ଦର୍ଜ କରାଇ ମୁକ୍ତି ପାଇବା କଥା ଚିନ୍ତା କରୁଛନ୍ତି । ସାଧାରଣରେ ଦାବୀ ହେଉଛି ସରକାର ବେଳ ଥାଉ ଥାଉ ସମୀକ୍ଷା କରାନ୍ତୁ ଏବଂ Quarantine Centre ବ୍ୟବହୃତ ସାମଗ୍ରୀ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉ ।