ନୂଆରୂପରେ ଆସିବ ବରମୁଣ୍ଡା ବସଷ୍ଟାଣ୍ଡ, ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ ପାଇଁ ବିଡିଏ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୯।୦୯: ନୂଆ ରୂପରେ ଆସିବ ବରମୁଣ୍ଡା ବସଷ୍ଟାଣ୍ଡ । ଇଣ୍ଟରଷ୍ଟେଟ ବସ ଟର୍ମିନାଲ ପାଲଟିବ ବରମୁଣ୍ଡା ବସଷ୍ଟାଣ୍ଡ । ଏନେଇ ଆଜିଠାରୁ ବିଡିଏ ପକ୍ଷରୁ ଉଚ୍ଛେଦ କାମ ଆରମ୍ଭ ହୋଇଛି । ନୂଆ ବସ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଏହି ଟର୍ମିନାଲ ତିଆରି ନିମନ୍ତେ ବ୍ରିଜ ଆଣ୍ଡ ରୁଫଓ କମ୍ପାନୀ ଇଣ୍ଡିଆ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି ।
୧୫.୦୫ ଏକର ସ୍ଥାନରେ ଇଣ୍ଟରଷ୍ଟେଟ୍ ବସ ଟର୍ମିନାଲ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ବସ ଟର୍ମିନାଲରେ ବିଦ୍ୟୁତ୍ ଶକ୍ତି ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯିବ । ଏହା ସହ ଅଗ୍ନି ନିର୍ବାବକ ବ୍ୟବସ୍ଥା ସହ ଫାୟାର ଆଲାରାମ୍ ବ୍ୟବସ୍ଥା ରହିବ ।
ଏଠାକୁ ଆସୁଥିବା ଯାତ୍ରୀଙ୍କ ସୂଚନା ଲାଗି ଡିସପ୍ଲେ ବ୍ୟବସ୍ଥା କରାଯିବ । ସେହିପରି ସୋଲାର ପାୱାର ସିଷ୍ଟମ, ସ୍ୱେରେଜ ସିଷ୍ଟମ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଇଣ୍ଟରକମ୍ ଟେଲିକମ୍‌ ସିଷ୍ଟମ, ସୋଲାର ପାୱାର ସିଷ୍ଟମ ଆଦି ବ୍ୟବସ୍ଥା କରାଯିବ । ସେପଟେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଦୋକାନ କରିଥିବା ଲୋକେ ଉଚ୍ଛେଦକୁ ବିରୋଧ କରିଛନ୍ତି ।