ରାଜ୍ୟରେ ଆଜି ୩୯୧୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,୧୩।୦୯: ରାଜ୍ୟରେ ଆଜି ୩୯୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୩୪୮ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୫୬୫ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୨୬ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକ ୨ଜଣ, ଗଞ୍ଜାମ, ବାଲେଶ୍ୱର, କଳାହାଣ୍ଡି, ମୟୁରଭଞ୍ଜ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ରବିବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୦୫, ବାଲେଶ୍ଵର ୧୩୪, ବରଗଡ ୧୪୩, ଭଦ୍ରକ ୧୨୩, ବଲାଙ୍ଗୀରି ୧୪୨, ବୋଦ୍ଧ ୬୧, କଟକ ୩୮୨, ଦେବଗଡ ୧୫, ଢେଙ୍କାନାଳ ୭୪, ଗଜପତି ୧୬, ଗଞ୍ଜାମ ୮୬, ଜଗତସିଂହପୁର ୧୦୮, ଯାଜପୁର ୧୨୮, ଝାରସୁଗୁଡା ୧୬୨, କଳାହାଣ୍ଡି ୬୦, କନ୍ଧମାଳ ୮୬, କେନ୍ଦ୍ରାପଡ଼ା ୧୫୬, କେନ୍ଦୁଝର ୭୬, କୋରାପୁଟ ୧୦୦, ମାଲକାନଗିରି ୬୮, ମୟୂରଭଞ୍ଜ ୧୪୭, ନବରଙ୍ଗପୁର ୧୧୨, ନୟାଗଡ ୬୦, ନୂଆପଡା ୧୨୮, ପୁରୀ ୨୧୨, ରାୟଗଡ଼ା ୯୮, ସମ୍ବଲପୁର ୧୪୧, ସୁବର୍ଣ୍ଣପୁରରୁ ୯୧ ଓ ସୁନ୍ଦରଗଡ ଜିଲ୍ଲାରୁ ୩୫ ଜଣ ଏବଂ ଷ୍ଟେଟ ପୁଲରୁ ୧୦୭ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।