ଭୁବନେଶ୍ୱର,୦୩।୦୯: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ଆସିଲା ରହସ୍ୟମୟୀ ଯୁବତୀଙ୍କ ପ୍ରତିକ୍ରିୟା । ଗତ କିଛିଦିନ ହେବ ଆଦିତ୍ୟଙ୍କ ବାପା ଓ ମା ଯେଉଁ ସାଇକୋ ଲେଡିକୁ ନିଜ ପୁଅ ବା ଆଦିତ୍ୟଙ୍କ ମୃତ୍ୟୁର ଦୋଷୀ ଭାବୁଥିଲେ, ସେହି ରହସ୍ୟମୟର ଯୁବତୀ ଆଜି ମୁହଁ ଖୋଲିଛନ୍ତି । ରହସ୍ୟମୟୀ ଯୁବତୀ ଫେସବୁକ କାହାଣୀ କହିବା ସହ କହିଛନ୍ତି ଯେ, ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି । ଫେସବୁକରେ ଆଦିତ୍ୟଙ୍କ ସହ ପ୍ରେମ ଆରମ୍ଭ ହୋଇଥିଲା । ଆଦିତ୍ୟଙ୍କ ସହ ମୋର ଭଲ ଓ ପବିତ୍ର ସମ୍ପର୍କ ଥିଲା । ଆମ ଦୁହିଁଙ୍କ ଭିତରେ କିଛି ବି ଖରାପ ସମ୍ପର୍କ ନଥିଲା । ଫେସବୁକରୁ ଆମର ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଏହା ୪ରୁ ୫ ମାସ ଯାଏଁ ରହିଥିଲା । କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଗଲୁ । ଆଦିତ୍ୟ ବାହାହେବାକୁ ଚାହୁଁଥିଲେ, କିନ୍ତୁ କିଛି ସମସ୍ୟା ରହିଥିଲା ।
ଏହା ସହ ଯୁବତୀ କହିଛନ୍ତି ଯେ, ବାପାଙ୍କର ନିକଟରେ ମୃତ୍ୟୁ ହୋଇଥିବାରୁ ଘରଲୋକ ବାହାଘର ପାଇଁ ପ୍ରସ୍ତୁତ ନଥିଲେ । ଆଦିତ୍ୟଙ୍କ ସହ ଆଶ୍ରମରେ ୨ ଥର ଦେଖା ହୋଇଥିଲା । ମୋତେ କାହିଁକି ସାଇକୋ ଲେଡି କହୁଛନ୍ତି ତାହା ମୁଁ ଜାଣିନି । ମାର୍ଚ୍ଚ ୫ରେ ମୁଁ ଆଦିତ୍ୟଙ୍କ ଜନ୍ମଦିନରେ ଫୋନ କରିଥିଲି । ଯାହା ସତ ତାହା ସାମ୍ନାକୁ ଆସିବା ଜରୁରୀ । ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରାନଯାଉ । ଏହି ମାମଲାରେ କାହାର ସମ୍ପୃକ୍ତି ଅଛି, ତାହା ପୋଲିସ ଓ କ୍ରାଇମବ୍ରାଞ୍ଚ କହିପାରିବେ । ଅଯଥାରେ ଅନ୍ଧାରରେ ବାଡି ବୁଲାଇଲେ କିଛି ଲାଭ ନାହିଁ । ଦୋଷୀ ଯିଏ, ତାକୁ ସାମ୍ନାକୁ ଅଣାଯିବା ଦରକାର । କ୍ରାଇମବ୍ରାଞ୍ଚ ତଦନ୍ତ କରୁ, ମୁଁ ବି ସାମ୍ନା କରିବାକୁ ପ୍ରସ୍ତୁତ ଅଛି । କ୍ରାଇମବ୍ରାଞ୍ଚ ତଦନ୍ତରେ ଯେତେବେଳେ ବି ଡାକିଲେ ଯିବାକୁ ପ୍ରସ୍ତୁତ ଅଛି ବୋଲି ଯୁବତୀ କହିଛନ୍ତି ।