ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର,୨୮।୦୮: ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ବଢ଼ିବାରେ ଲାଗିଲାଣି। ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ଯେଉଁମାନେ କରୋନା ରୁ ସୁସ୍ଥ ହୋଇଛନ୍ତି ୨୮ ଦିନ ପରେ ପ୍ଲାଜମା ଦାନ କରିପାରିବେ। ସେମାନଙ୍କର ପ୍ଲାଜମା ରେ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇପାରିବେ। ଏହି ଆହ୍ୱାନରେ ଅନୁପ୍ରାଣିତ ହୋଇ ଅନେକ ପ୍ଲାଜମା ଦାନ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ଜଣେ ପ୍ଲାଜମା ଦାନ କରିଛନ୍ତି। ଏହି ମହିଳାଙ୍କୁ ଖୋର୍ଦ୍ଧା ଜିଲ୍ଲା ପ୍ଲାଜମା ଦାୟିତ୍ୱ ରେ ଥିବା ମନ୍ତ୍ରୀ ଅରୁଣ ସାହୁ ସମ୍ବର୍ଦ୍ଧିତ କରିବା ସହ ସୋସିଆଲ ମିଡ଼ିଆ ରେ ଏକ ଫଟୋ ଅପଲୋଡ କରି କହିଛନ୍ତି “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି । ତାଙ୍କୁ ଧନ୍ୟବାଦ ଏବଂ ଏହା ଅନ୍ୟମାନଙ୍କୁ ପ୍ରେରଣା ଦେବ “।