ଭୁବନେଶ୍ଵର,୨୧।୦୮ : ରାଜ୍ୟରେ ଆଜି ୨୬୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୨୩ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୨ ହଜାର ୭୧୮ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଶୁକ୍ରବାର ବିଭାଗ ଦେଇଥିବା ୩୦ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨ ଜଣ, ବରଗଡ ୫୬ ଜଣ, ଭଦ୍ରକରୁ ୮୯ ଜଣ, ବଲାଙ୍ଗୀରି ୭୧ ଜଣ, ବୌଦ୍ଧ ୧୧ ଜଣ, କଟକରୁ ୨୦୭ ଜଣ, ଦେବଗଡ ୨ ଜଣ, ଢେଙ୍କାନାଳ ୨୭ ଜଣ, ଗଜପତି ୫୮ ଜଣ, ଜଗତସିଂହପୁରରୁ ୨୧ ଜଣ, ଯାଜପୁର ୮୦ ଜଣ, ଝାରସୁଗୁଡା ୭୨ ଜଣ, କଳାହାଣ୍ଡି ୪୯ ଜଣ, କନ୍ଧମାଳ ୮୧ ଜଣ, କେନ୍ଦ୍ରାପଡ଼ାରୁ ୮୯ ଜଣ, କେନ୍ଦୁଝର ୨୧ ଜଣ, ଖୋର୍ଦ୍ଧାରୁ ୪୭୫ ଜଣ, କୋରାପୁଟ ୧୪୬, ମାଲକାନଗିରି ୮୧, ମୟୂରଭଞ୍ଜ ୧୨୮ ଜଣ, ନବରଙ୍ଗପୁର ୯୧ ଜଣ, ନୟାଗଡ଼ରୁ ୯୪ ଜଣ, ନୂଆପଡା ୩ ଜଣ, ପୁରୀ ୮୭ ଜଣ, ରାୟଗଡା ୧୫୪ ଜଣ, ସମ୍ବଲପୁର ୭୮ ଜଣ, ସୋନପୁର ୩୧ ଜଣ ଓ ସୁନ୍ଦରଗଡ଼ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି।