ରାଶିଫଳ (ରବିବାର)

ଶ୍ରାବଣ (କର୍କଟ) ୩୨ ଦିନ ଅଗଷ୍ଟ ୧୬ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର କାହା ସହିତ ମାନ ମନାନ୍ତର ଘଟିପାରେ । ବନ୍ଧୁ ବିଚ୍ଛେଦ ହେବାର ସମ୍ଭାବନା ରହିଛି । ସତର୍କ ରୁହନ୍ତୁ । ବଗଳାମୁଖୀ ସ୍ତ୍ରୋତ୍ର ପାଠ କରନ୍ତୁ ଲାଘବ ହେବ ।
ବୃଷ: ଆଶାବାଦୀ ହେବେ । ସହଯୋଗ ମିଳିବ । ଆୟ ଭଲ ହେବାର ସମ୍ଭାବନା ରହିଛି ।
ମିଥୁନ: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭୂତ ହେବ ।
କର୍କଟ: ଲକ୍ଷ୍ୟଭ୍ରଷ୍ଟ ହୋଇପାରନ୍ତି । ଗଭୀର ଚିନ୍ତାକରି କାର୍ଯ୍ୟ କରନ୍ତୁ । ମା’ କାଳୀଙ୍କ ଉପାସନା କରନ୍ତୁ ।
ସିଂହ: ପଥରୋଧ ଘଟିପାରେ । ମନ ସାମାନ୍ୟ ଅସ୍ଥିର ରହିବ । ଆୟ ମଧ୍ୟମ ହେବ ।
କନ୍ୟା: ଘାତଚନ୍ଦ୍ର ରହିଛି । ସତର୍କର ସହ କାର୍ଯ୍ୟ କରନ୍ତୁ । ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ ।
ତୂଳା: କର୍ମ ଚଞ୍ଚଳ ରହିବେ । ଦେହ ସୁସ୍ଥ ରହିବ । ଆୟ ଭଲ ହୋଇପାରେ । ଦିନଟି ମଧ୍ୟମ ଫଳଦାୟକ ରହିବ ।
ବିଛା: ଧନ କ୍ଷୟ ହେବାର ଯୋଗ ରହିଛି । ମା’ ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ।
ଧନୁ: କୁଭୋଜନ ମିଳିପାରେ । ଆୟ ସାମାନ୍ୟ କମ୍ ହେବ । ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ।
ମକର: ସହଯୋଗ ମିଳିବ । ଦେହ ସୁସ୍ଥ ରହିବ । ଆୟ ଭଲ ହେବାର ସମ୍ଭାବନା ରହିଛି ।
କୁମ୍ଭ: ଲେଖାପଢ଼ାରେ ମନ ବଳାଇବେ । ବନ୍ଧୁ ଦର୍ଶନ ହୋଇପାରେ । ଶାରୀରିକ ସୁସ୍ଥତା ଅନୁଭବ କରିବେ ।
ମୀନ: ନୀରବଭାବ ପ୍ରଦର୍ଶନ କରିବେ । କାର୍ଯ୍ୟରେ ସହଯୋଗ ମିଳିବ । ପ୍ରଶଂସିତ ହୋଇପାରନ୍ତି ।