ଯାଜପୁର,୧୫।୦୮: ଖୁବ୍ ଶୀଘ୍ର ଆରମ୍ଭ ହେବ ଶିକ୍ଷା ସମ୍ପର୍କ ଯୋଜନା। ଏହି ଯୋଜନାରେ ଶିକ୍ଷକ ମାନେ ଘରକୁ ଯାଇ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢାଇବେ। ଆଜି ଯାଜପୁରରେ ସ୍ଵାଧୀନତା ଦିବସ ଉତ୍ସବରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ସେପ୍ଟେମ୍ବରରେ ସ୍କୁଲ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ନେବେ। ତେବେ ଇ କ୍ଲାସ୍ କୁ ସାମ୍ପ୍ରତିକ ପରିସ୍ଥିତିରେ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏଥିଲାଗି ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଶିକ୍ଷା ସମ୍ପର୍କ ଯୋଜନା ଆରମ୍ଭ କରିବ ବିଭାଗ। ବର୍ତ୍ତମାନ ୬୦ ଲକ୍ଷ ସ୍କୁଲ୍ ଛାତ୍ର ଛାତ୍ରୀ ଙ୍କ ଭିତରୁ ୨୨ ଲକ୍ଷ ପିଲା ଅନଲାଇନ୍ ରେ ପାଠ ପଢୁଛନ୍ତି। ଅନ୍ୟ ପିଲାମାନେ ଯେଭଳି ପାଠ ପଢ଼ାରେ ନ ପଛାନ୍ତୁ ସେଥିଲାଗି ଶିକ୍ଷକଙ୍କୁ ଦାୟିତ୍ବ ଦିଆଯିବ। ତେବେ ଖୁବ୍ ଶୀଘ୍ର ଏନେଇ ଅବଗତ କରାଯିବ। ସେପଟେ ଆସନ୍ତା ସପ୍ତାହରେ ସି ଲାବସ୍ ହ୍ରାସ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।