ଭୁବନେଶ୍ୱରରେ ଅଭାବନୀୟ ଘଟଣା ବିଦ୍ୟୁତ ଆଘାତରେ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୦୮: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଗୋଟିଏ ପରିବାରରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଡୁମ୍‌ଡୁମା ଅଞ୍ଚଳରେ ଘଟିଛି। ଘରକୁ ଆସିଥିବା ବିଦ୍ୟୁତ୍‌ ସର୍ଭିସ୍‌ ତାରଟି ରେଲିଂରେ ବନ୍ଧା ହୋଇଥିଲା। ଯାହାଫଳରେ ସେହି ରେଲିଂଟି ଚାର୍ଜ ହୋଇଯାଇଥିଲା। ସେଠାରେ ଖେଳୁଥିବା ୫ ବର୍ଷର ଛୁଆ ରେଲିଂ ଧରି ପକାଇଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସି ସେ ଚିତ୍କାର କରିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଆସି ତାଙ୍କ ମାଆ ଓ ଖୁଡି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ସେମାନଙ୍କୁ‌ ଏମ୍ସ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ମାନେ ହେଲେ ଲାଡ୍‌ଲୀ ପରୱିନ, ନାଜୁର ଖାତୁନ ଓ ଶିଶୁ ତରବେଜ ଆଲମ